mobile header

ବାଘଡା ଗାଁ ଅଞ୍ଚଳରେ ବୁଲୁଛି ଝାଡ଼ଖଣ୍ଡୀ ଦନ୍ତାହାତୀ

ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜ ଶୁଳିଆପଦା ବ୍ଲକ ର ମୁଖ୍ୟ ବାଘଡା ବଜାର ସହ ଗାଁ କୁ ପ୍ରବେଶ କଲା ଦନ୍ତାହାତୀ । ଦିନ ବେଳେ ହାତୀ କୁ ଦେଖି ଲୋକଙ୍କ ବେଶ୍ ଭିଡ ଜମିଥିଲା । ହାତୀ ଉପଦ୍ରବ ଥମିବାର ନାମ ଧରୁନାହିଁ।ବର୍ଷତମାମ ଏହି ବ୍ଲକ ଅଞ୍ଚଳରେ ଶିମିଳିପାଳ ଓ ଝାଡଖଣ୍ଡୀ ହାତୀ ପଲ ରହି ବିଭିନ୍ନ ସ୍ଥାନରେ ବିଚରଣ କରିବା ସହ ଉପଦ୍ରବ ଚଳାଇଥିବା ବେଳେ ଝାଡ଼ଖଣ୍ଡୀ ଦନ୍ତାହାତୀ ଆଜି ମୁଖ୍ୟ ବଜାରକୁ ଆସିଥିବା ବେଳେ ବନବିଭାଗ ପାଖରେ ନଥିଲା କୋୖଣସି ଖବର ବୋଲି ଜଣାପଡିଛି । ଝାଡ଼ଖଣ୍ଡୀ ହାତୀର ଉପଦ୍ରବ ରେ ଲୋକେ ଅତିଷ୍ଠ ହୋଇ ପଡିଲେଣି। ତେବେ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅପରପକ୍ଷରେ ହାତୀ ଖାଦ୍ୟ ଅନ୍ୱେଷଣ ରେ ଆସୁଥିବା ବେଳେ ଖାଦ୍ୟ ଏବଂ ପାଣି ଉପଯୁକ୍ତ ପରିମାଣ ର ଜଙ୍ଗଲରେ ପାଇପାରୁନଥିବାରୁ ହାତୀ ପଲ ଗାଁ ମୁଁହା ହେଉଥିବା ବେଳେ ଲୋକଙ୍କ ବିଭିନ୍ନ ସମୟରେ ଧନଜୀବନ ହାନି ଘଟାଉଥିବା ରୁ ଲୋକେ କ୍ଷତିଗ୍ରସ୍ତ ହେଉଥିବା ବେଳେ ସଠିକ ସମୟରେ ଉପଯୁକ୍ତ କ୍ଷତିପୂରଣ ଲୋକଙ୍କୁ ମିଳୁନଥିବାରୁ ଲୋକେ ଅତିଷ୍ଠ ହୋଇ ପଡିଲେଣି। ତେବେ ହାତୀ ଟି କାହାରି କିଛି କ୍ଷତି କରିନଥିବା ଜଣାପଡିଛି ।

Leave A Reply

Your email address will not be published.