mobile header

ମେଡିକାଲ ରେ ରୋଗୀଙ୍କୁ ଫଳ ବଣ୍ଟନ

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ତୋଟାପଡା ସ୍ଥିତ ଓମ୍ ଟେଣ୍ଡ ହାଉସ ପକ୍ଷରୁ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି।ସୂଚନା ଅନୁଯାୟୀ ଟେଣ୍ଡ ହାଉସ ର ମାଲିକ ସାମ୍ବାଦିକ ସୁଦୀପ୍ତ କୁମାର ପଣ୍ଡା ଓ ତାଙ୍କ ସ୍ତ୍ରୀ ସସ୍ମିତା ଙ୍କ ପୁଅ ଓମ୍ ର ଏଗାର ତମ ଜନ୍ମ ଦିନ ଉପଲକ୍ଷେ ବୈଶିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ରୋଗୀ ମାନଙ୍କୁ ଫଳ,ପାଉଁରୁଟି,ବିସ୍କୁଟ ଓ ପାଣି ବୋତଲ ବଣ୍ଟନ କରିଥିଲେ। ଏହି ମହାନ କାର୍ଯ୍ୟରେ ଓମ୍ ର ପିତା ସୁଦୀପ୍ତ କୁମାର ପଣ୍ଡା ଙ୍କ ସହିତ ସାମ୍ବାଦିକ ଦୀପକ କୁମାର ସିଂହ,ସାମ୍ବାଦିକ ଅବିନାଶ ପଣ୍ଡା ଓ ମେଡିକାଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଲୋକ ମାନେ ଅନେକ ଖୁସି ଥିବା ଜଣାପଡିଛି। ଲୋକମାନେ ଓମ୍ ଟେଣ୍ଡ ହାଉସ ଓ ଓମ୍ ର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Leave A Reply

Your email address will not be published.