mobile header

ଆଶାକର୍ମୀଙ୍କ ତ୍ୟାଗ ଓ ନିଷ୍ଠା ଅବିସ୍ମରଣୀୟ ଓ ପ୍ରଶଂସନୀୟ

ଆଶାକର୍ମୀ ଜାତୀୟ ଫେଡ଼େରେସନ ପକ୍ଷରୁ ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଦୁଇଦିିନିଆ ଜାତୀୟସ୍ତରୀୟ ସମ୍ମିଳନୀ ଓ କର୍ମଶାଳା ଉଦଘାଟିତ ହୋଇଯାଇଛି। ଏହି କର୍ମଶାଳାରେ ଦେଶର ୧୨ଗୋଟି ରାଜ୍ୟରୁ ପ୍ରତିନିଧିମାନେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ ନିକଟରେ ଆଶାକର୍ମୀମାନେ ସର୍ବସାଧାରଣ ସ୍ୱାସ୍ଥ୍ୟ ସୁରକ୍ଷା ତଥା ସମାଜର ଅବହେଳିତ ବର୍ଗଙ୍କ ନିରାପଦ ମାତୃତ୍ୱ ଏବଂ ଶିଶୁ ମୃତ୍ୟୁହାର କମାଇବାରେ ପ୍ରମୁଖ ଭୂମିକା ନେଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି କାର୍ଯ୍ୟକୁ ପ୍ରଶଂସା କରି ଆଶା ସଂସ୍ଥାକୁ ସମ୍ମାନିତ କରିଛି। ତେଣୁ ଆଶାକର୍ମୀଙ୍କୁ ସମ୍ମାନଜନକ ପାରିଶ୍ରମିକ ଓ ସାମାଜିକ ନିରାପତ୍ତା ପ୍ରଦାନ ଦାବିରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ସର୍ବବୃହତ୍ ଆଶାକର୍ମୀ ସଂଗଠନ ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ଏହି ସମାରୋହରେ ସାମିଲ୍ ହୋଇଥିବା ପ୍ରତିନିଧିମାନଙ୍କୁ ଆତିଥ୍ୟ ଦିଆଯାଇଛି। ନିଖିଳ ଓଡ଼ିଶା ଆଶାକର୍ମୀ ସଂଘର ସଭାପତି ବିଜୟ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଉଦଘାଟନ କରି ନିରାପଦ ମାତୃତ୍ୱ, ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ, ମାତୃ ମୃତ୍ୟୁହାର ନିୟନ୍ତ୍ରଣ ଓ ସର୍ବୋପରି କୋଭିଡ଼ ମହାମାରୀ ସମୟରେ ଆଶାକର୍ମୀମାନଙ୍କର ତ୍ୟାଗ ଓ ନିଷ୍ଠା ଅବିସ୍ମରଣୀୟ ଓ ପ୍ରଶଂସନୀୟ ବୋଲି କହିଥିଲେ। ଏହା ସହିତ ଆଶାକର୍ମୀଙ୍କ ନ୍ୟାର୍ଯ୍ୟ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଏହି ସମାରୋହରେ ଏଆଇଟିୟୁସିର ଜାତୀୟ ସମ୍ପାଦକ କମ୍ରେଡ଼ ସୁକୁମାର ଦାମଲେ ଉଦ୍ବୋଧନରେ ସରକାର ଅସଂଗଠିତ କ୍ଷେତ୍ରରେ ବିଶେଷକରି ସ୍କିମ୍ ୱାର୍କରମାନଙ୍କୁ ଅତ୍ୟଧିକ ଶ୍ରମ କରାଇ ଆବଶ୍ୟକୀୟ ପାରିଶ୍ରମିକ ଦେଉନଥିବାରୁ ଗଭୀର ଉଦବେଗ ପ୍ରକାଶ କରିଥିଲେ। ସିପିଆଇ ରାଜ୍ୟ ସମ୍ପାଦକ ଆଶୀଷ କାନୁନଗୋ ଉଦବୋଧନ ଦେଇ ଶୋଷକ ଶ୍ରେଣୀ ବିରୁଦ୍ଧରେ ଆଶାର୍କମୀମାନଙ୍କର ଆନ୍ଦୋଳନ କେବଳ ଅର୍ଥନୈତିକ ଆନ୍ଦୋଳନରେ ସୀମିତ ନହୋଇ ସମ୍ମିଳିତ ଶ୍ରମିକ ଶ୍ରେଣୀର ରାଜନୈତିକ ଆନ୍ଦୋଳନ ହୋଇପାରିଲେ ନିଜ ଅଧିକାର ସୁରକ୍ଷିତ ହୋଇପାରିବ ବୋଲି ଆହ୍ୱାନ ଦେଇଥିଲେ। ଆଶାକର୍ମୀ ଜାତୀୟ ଫେଡ଼େରେସନର ସଭାପତି ମଙ୍ଗଳା ପାଣ୍ଡେ, ଏଆଇଟିୟୁସିର ରାଜ୍ୟ ସଭାପତି ଅଶୋକ ଦାସ, ଜାତୀୟ ସମ୍ପାଦକ ତଥା ରାଜ୍ୟ ଉପସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା, ନିଖିଳ ଓଡ଼ିଶା ଅଙ୍ଗନବାଡ଼ି ସଂଘର ରାଜ୍ୟ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ, ଆଶାକର୍ମୀ ଫେଡ଼େରେସନର ଅନ୍ୟତମ ଜାତୀୟ ସମ୍ପାଦକ ଶ୍ୟାମ କାଲେ, ନିଖିଳ ଓଡ଼ିଶା ଆଶାକର୍ମୀ ସଂଘର ରାଜ୍ୟ ସାଧାରଣ ସମ୍ପାଦିକା ନମିତା ସାହୁ, ଉପସାଧାରଣ ସମ୍ପାଦିକା ମାତିଲଦା କୁଲୁ, ଉମି ଗୁପ୍ତା, ଅନିଲତା ପାତ୍ର, ଅରୁନ୍ଧତୀ ଦେବୀ, ବିନୋଦିନୀ ଦେବୀ, ମାଣ୍ଡା ଦୋଗାରେ, ପୂଷା ଦେବୀ ପ୍ରମୁଖ ଉଦବୋଧନ ଦେଇଥିଲେ।

Leave A Reply

Your email address will not be published.