mobile header

ଶିକ୍ଷାବିଭାଗର ଅବହେଳା ,ମୁହଁ ଖୋଲୁନାହାନ୍ତି ହଷ୍ଟେଲ କର୍ତ୍ତୃପକ୍ଷ।୨୫ ଛାତ୍ରୀ ଡାକ୍ତର ଖାନା ରେ ଭର୍ତ୍ତି।

 ବୌଦ୍ଧ:- ୨/୬ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ରେ ୧୦ ଜଣ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ମଣିପୁର ଆଦର୍ଶ ବିଦ୍ୟାଳୟର ୨୫ ଜଣ ଛାତ୍ରୀ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇଛନ୍ତି । ତେବେ ୧୫ ଜଣ ଛାତ୍ରୀଙ୍କୁ ହଷ୍ଟେଲ ରେ ବଟିକା ଦେଇ ସୁସ୍ଥ କରାଯାଇଥିବା ବେଳେ ୧୦ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୁଣାକଟକ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତ ଛାତ୍ରୀଙ୍କୁ ସାଲାଇନ ଲାଗିଛି । ସେପଟେ ହଷ୍ଟେଲ କର୍ତ୍ତୃପକ୍ଷ ଆଜିର ଖାଦ୍ୟର ବିବରଣୀକୁ ନେଇ ମୁହଁ ଖୋଳୁନଥିବାରୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି । ତେବେ ହଷ୍ଟେଲ ରେ କେତେଜଣ ଛାତ୍ରୀ ଥିଲେ ? କେବଳ ୨୫ ଜଣ ଅସୁସ୍ଥ ହୋଇଛନ୍ତି ନା ଆହୁରି ଅଧିକ ସଂଖ୍ୟାରେ ଛାତ୍ରୀ ଅସୁସ୍ଥ ହୋଇଛନ୍ତି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରିଛି । ଏନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନୀଲ  ପ୍ରଧାନ ଙ୍କୁ  ଯୋଗଯୋଗ କରିଥିଲେ ମଧ୍ୟ ଫୋନ ଉଠାଇ ନଥିବାରୁ ତାଙ୍କ ପାଖରୁ କୌଣସି ପ୍ରତିକ୍ରିୟା  ମିଳିପାରିନାଇ ।

Leave A Reply

Your email address will not be published.