mobile header

ଗୋଟିଏ ରାତିରେ ୨ ଏଟିଏମ ରୁ ୧୧ ବ୍ୟାଟେରୀ ଲୁଟ

ଖୁଣ୍ଟା -ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନରେ ଗତ ରାତିରେ ପୃଥକ ପୃଥକ ସ୍ଥାନର ଦୁଇଗୋଟି ଏଟିଏମ ରୁ ମୋଟ ୧୧ ଟି ବ୍ୟାଟେରି ଲୁଟ ହେବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ତେବ ଲୁଟ ହେବା ଏଟିଏମ ଗୁଡିକ ଥାନା ଓ ଫାଣ୍ଡି ଠାରୁ ମାତ୍ର କିଛି ମିଟର ବ୍ୟବଧାନରେ ହୋଇଥିବା ବେଳେ ଏହା ପୋଲିସ ପାଇଁ ଚେଲେଞ୍ଜ ସୃଷ୍ଟି କରିଥିବା ସାଧାରଣରେ ଆଲୋଚନା ହେଉଛି । ସୁଚନା ଅନୁଯାଇ , ଉକ୍ତ ଥାନା ତଥା ଖୁଣ୍ଟା – ବାରିପଦା ରାଜପଥର ଡୁକୁରା ଛକ ନିକଟରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମ ରେ ଗୁରୁବାର ବିଳମ୍ବିତ ରାତ୍ରୀରେ କିଛି ମୁଖାପିନ୍ଧା ଦୁବୃର୍ତ୍ତ ପ୍ରବେଶ କରିଥିଲେ । ତେବେ ସିସିଟିଭି ସରଭଲେନ୍ସ ରେ ଥିବା ଏହି ଏଟିଏମ ରେ ପଶିବାପରେ ଦୁର୍ବୃତ୍ତ ମାନେ ଏଟିଏମ ର ସୁରକ୍ଷା ବ୍ୟବସ୍ଥାକୁ ବିଛିନ୍ନ କରିବା ସହ ସେ ମଧ୍ୟରେ ଥିବା ୮ ଗୋଟି ବ୍ୟାଟେରି ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ମାରିଥିଲେ । ସେହିପରି ଉକ୍ତ ରାତ୍ରୀରେ ଖୁଣ୍ଟା ବ୍ଲକ ଛକ ନିକଟରେ ଥିବା ଏକ୍ସିସ ବ୍ୟାଙ୍କ ଏଟିଏମ ରେ ପଶି କେହି ଦୁବୃର୍ତ୍ତ ଏଟିଏମ ର ପଛପଟ କୋଠରୀ ର କବାଟ ଭାଙ୍ଗି ୩ ଟି ବ୍ୟାଟେରି ଲୁଟ ହୋଇଥିବା ଆଜି ଦେଖିବାକୁ ମିଳିଛି । ତେବେ ଗୋଟିଏ ରାତିରେ ଦୁଇଗୋଟି ଏଟିଏମ ବ୍ୟାଟେରି ଚୋରି ହେବା ଘଟଣା ପୋଲିସ ପାଇଁ ଚେଲେଞ୍ଜ ସୃଷ୍ଟି କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.