mobile header

୧୭ ତାରିଖ ଜିବି ନଗର ବ୍ଳକ ରେ ଭୀମ ଭୋଇ ଶିବିର

ଖୁଣ୍ଟା –
ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ପକ୍ଷରୁ ଆଗାମୀ ୧୭ ତାରିଖରେ ହେବାକୁ ଥିବା ଭୀମଭୋଇ ସାମର୍ଥଶିବର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ସଂଗ୍ରାମ କେଶରୀ ଭୋଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଳକ ଅଧ୍ୟକ୍ଷା ଝୁଲଣା ବାର ସାଳିଆ , ସିଡ଼ି ପିଓ ସୁଜାତା ମହାପାତ୍ର , ଙ୍କ ସମେତ ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ ସଭ୍ୟା , ସରପଞ୍ଚ , ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇ ଏହି ଶିବିରକୁ କିଭଳି ଶୃଙ୍ଖଳାର ସହିତ କରାଯାଇପାରିବ ସେ ସଂମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ବେଳେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ଶିବିରରେ
ଭିନ୍ନକ୍ଷମ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ରହିଥିବା ନୂତନ ଭିନ୍ନକ୍ଷମ ବ୍ୟକ୍ତି , ଏବଂ ଯେଉଁ ବ୍ୟକ୍ତିଙ୍କ ପୂର୍ବରୁ ମିଳିଥିବା ଭିନ୍ନକ୍ଷମ ପ୍ରମାଣପତ୍ର ଗୁଡିକ ୫ ବର୍ଷ ଅତିକ୍ରମ ବା ଏକ୍ସପାରି ହୋଇ ଯାଇଥିବା ବ୍ୟକ୍ତି ମାନେ ତାଙ୍କର ପ୍ରମାଣପତ୍ରକୁ ପୁନଃନବିକରଣ କରାଇ ପାରିବେ । ଏଥି ନିମନ୍ତେ ଆବେଦନକାରୀ ତାଙ୍କର ଆବଶ୍ୟକୀୟ ପ୍ରମାଣପତ୍ର ସାଙ୍ଗରେ ଧରି ଶିବିରକୁ ଆସିବା ପାଇଁ ବିଡ଼ିଓ ଶ୍ରୀ ଭୋଳ ସୁଚନା ପ୍ରଦାନ କରିଥିଲେ । ଶିବିର ପୂର୍ବରୁ ଏ ନେଇ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ମାନେ ନିଜ ଅଞ୍ଚଳର ଦିବ୍ୟାଙ୍ଗମାନଙ୍କ ସହିତ ଭେଟିବା ସଙ୍ଗେ ଆବଶ୍ୟକୀୟ ଆବେଦନ ପତ୍ର ପ୍ରଦାନ କରିବେ ବୋଲି ବୈଠକରେ ପ୍ରସ୍ତାବ ଗୃହିତ ହୋଇଥିଲା । ଏବଂ ଅନୁଷ୍ଠିତ ହେବାକୁ ଥିବା ଭିନ୍ନକ୍ଷମ ଚିହ୍ନଟିକରଣ ଶିବିର ସଂମ୍ପର୍କରେ ଅଧିକ ରୁ ଅଧିକ ପ୍ରଚାର ଓ ପ୍ରସାର କରିବା ପାଇଁ ସଭାରେ ଯୋଗ ଦେଇଥିବା ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କୁ ନିବେଦନ କରାଯାଇଥିଲା ।

Leave A Reply

Your email address will not be published.