mobile header

କ୍ୟାରିୟର କଉଁଶୀଳଲିଙ୍ଗ ଅନୁଷ୍ଠିତ


ମାଲକାନଗିରି

ଭାରତୀୟ ଚାର୍ଟଏରଏଡ଼ ଏକାଉଣ୍ଟନ୍ତ କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ଏକ ଆଭାସୀ ମାଧ୍ୟମ ରେ ବାଣିଜ୍ୟ ବିଭାଗର ଛତ୍ର ଛାତ୍ରୀ ମାନଙ୍କୁ ନେଇ ଏକ କ୍ୟାରିୟର କଉଁଶୀଳଲିଙ୍ଗ କାର୍ଯ୍ୟକ୍ରମ କ୍ୟାରିୟର କଉଁଶୀଳଲିଙ୍ଗ ଅଧ୍ୟକ୍ଷ ସି. ଏ. ସଂଜୀବ ସଂଘୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି | ଉକ୍ତ ସଭା ପ୍ରାରମ୍ଭ ରେ ବାଣିଜ୍ୟ ବିଭାଗର ମୁଖ୍ୟ ଡ୍ର. ରଞ୍ଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ | ଚାର୍ଟଏରଏଡ଼ ଏକଉଣ୍ଟନ୍ତ ଶ୍ରୀକାନ୍ତ ଶର୍ମା କ୍ୟାରିୟର ବିଷୟରେ ଆଲୋକପାତ କରିଥିଲେ | ଛାତ୍ର ପରମର୍ଶଦାତା ସୁସ୍ମିତା ସେନ ଆଇ ସି ଏ ଆଇ ଆଞ୍ଚଳିକ କାର୍ଯ୍ୟାଳୟ କୋଲକାତା ର ପାଠ୍ୟ ଖସଡ଼ା ବିଷୟରେ ସମ୍ପୂର୍ଣ ଭାବେ ବୁଝାଇ ଥିଲେ | ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲା, ବାଣିଜ୍ୟ ଓ ବିଜ୍ଞାନ ର ଛାତ୍ର ଛାତ୍ରୀ ମାନେ କିପରି ଅଧିକ ମାତ୍ରାରେ ଅଧୟନ କରିପାରିବେ ତା ବିଷୟରେ ସମ୍ପୂର୍ଣ ଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଦୁଇ ବଲାଙ୍ଗୀର ଏବଂ ଯେ. ଏସ. ଏମ କଲେଜ ରୁ 200 ଛାତ୍ର ଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ସଫଳ କରିଥିଲେ | ଏହି କାର୍ଯ୍ୟକ୍ରମ ଭରିତୀୟ ସରକାରଙ୍କ ଦ୍ୱାରା ଆୟୋଜନ କରିବା କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଧ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ | ମେଘା ଅଗ୍ରୱାଲ, ଦୀପ୍ତି ରେଖା ମିଶ୍ର, ବି. ଗୁପ୍ତେଶ୍ୱର ରାଓ, ଆରତୀ ଲୁଗୁନ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିକ୍ଷ ଭାବେ ଯାନ୍ତ୍ରିକ ସାହାଯ୍ୟ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀଙ୍କ ତରଫରୁ ବିଭିନ୍ନ ପ୍ରକାରର ପ୍ରଶ୍ନ ଏବଂ ସନ୍ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା | ମାଲକାନଗିରି ଭଳିଆ ଉପାନ୍ତ ଅଂଚଳରେ ପ୍ରଥମ ଥର ପାଇଁ ଆଇ ସି ଏ ଆଇ ର ସହକାରୀ ସମ୍ପାଦକ ତଥା ଛାତ୍ର ପରାମର୍ଶଦାତା ସୁସ୍ମିତା ସେନଙ୍କୁ ପ୍ରଶଂସା କରିଛନ୍ତି | ସଭା ଶେଷରେ ପଲ୍ଲବୀ ଘୋଷ, ଡି ଇ ଓ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.