mobile header

ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଧାୟକ


ମାଲକାନଗିରି,୩/୬: ମାଲକାନଗିରି ଜିଲ୍ଲାରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ବିଧାୟକ ଆଦିତ୍ୟ ମାଢି ରାଜ୍ୟପାଳଙ୍କୁ ଭେଟି ଦାବି ଉପସ୍ଥାପନା କରିଛନ୍ତି।ଜିଲ୍ଲାରେ ବିଶେଷକରି ଯେତିକି ଭୌଗଳିକ ସ୍ଥିତି ରହିଛି,ସେଥିରୁ ୭୫ ପ୍ରତିଶତ ଚାଷ ଜମି ରହିଛି।ଏହି ଅଂଚଳର ଲୋକେ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଚାଷ କରିବା ପାଇଁ ସେମାନଙ୍କ ପାଖରେ ସେତିକି ସମ୍ବଳ ନାହିଁ।ଜୀବନଜୀବିକା ଏଠାରୁ ଦୁର୍ବିସହ ହୋଇପଡିଛି।ଜିଲ୍ଲାରେ ବାସ କରୁଥିବା ୬ ଲକ୍ଷ ଲୋକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଆଦିବାସୀ ଶ୍ରେଣୀର।ଓଡିଶାର ସବୁଠାରୁ ଅନୁନ୍ନତ ଜିଲ୍ଲା ମଧ୍ୟରେ ମାଲକାନଗିରି ଅନ୍ୟତମ।ଜିଲ୍ଲାରେ ଆଜି ବି ଗାଁ କୁ ଗାଁ ମଧ୍ୟରେ ରାସ୍ତା ନାହିଁ।ଲୋକେ ଏବେ ବି ପାଦରେ ଚାଲି ଚାଲି ମାଇଲ ମାଇଲ ବାଟ ଯାଉଛନ୍ତି।ଜିଲ୍ଲାକୁ ରେଳପଥ ଆଜି ଯାକ ଛୁଇଁପାରି ନାହିଁ।ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଲୋକେ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛନ୍ତି।ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ନକହିବା ଭଲ।ଏଠାରେ ଦକ୍ଷତା ବୃଦ୍ଧି ନେଇ ସେଭଳି କୌଣସି ଅନୁଷ୍ଠାନ ନାହିଁ।ବହୁ ବେକାର ଯୁବକଯୁବତୀ ଏଠାରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି।ଜିଲ୍ଲା ମାଓବାଦୀ ଅଂଚଳ ହୋଇଥିବାରୁ ଏଠାରେ ଥିବା ମୂଲ୍ୟବାନ ଧାତୁ ଏବଂ ଖଣିକୁ ଉତ୍ପାଦନ କରିବା ପାଇଁ କୌଣସି କମ୍ପାନୀ ଫ୍ୟାକ୍ଟରି କରି ଲୋକଙ୍କୁ କାମଧନ୍ଦା ଯୋଗାଇବା ପାଇଁ ମନ ବଳାଉ ନାହାନ୍ତି।ଶିଳ୍ପ ଖୋଲିବା ପାଇଁ ବାରମ୍ବାର ଟେଣ୍ଡର ଆହ୍ବାନ କରାଯାଉଥିଲେ ମଧ୍ୟ କେହି ଆସିବାକୁ ନାରାଜ ହେଉଛନ୍ତି।ଜିଲ୍ଲାରେ ଅଶିକ୍ଷିତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ଶିଶୁ ମୃତ୍ୟୁହାର ବଢିବାରେ ଲାଗିଛି।ଯୋଗାଯୋଗର ସୁବ୍ୟବସ୍ଥା ନଥିବାରୁ ବହୁ ରୋଗୀ ଅକାଳରେ ଜୀବନ ହାରୁଛନ୍ତି।ଆର୍ଥିକ ସମ୍ବଳ ନଥିବାରୁ ଲୋକେ ବାହାରକୁ ନେଇ ରୋଗୀଙ୍କୁ ଚିକିତ୍ସା କରାଇପାରୁନାହାନ୍ତି।ଜିଲ୍ଲାରେ ଏକ ମେଡିକାଲ ହେଲା ସତ କିନ୍ତୁ ସେଠାରେ ଡାକ୍ତରଙ୍କର ଘୋର ଅଭାବ ରହିଛି।ଜିଲ୍ଲାର ବହୁ ନୀରିହ ଆଦିବାସୀ ପୁଲିସର ଶିକାର ହେବା ସହ ଗୁଣି ଗାରେଡି ଉପରେ ବିଶ୍ବାସ କରୁଛନ୍ତି।ବିଦ୍ୟୁତ ସେବା ସବୁଠାରୁ କଦର୍ଯ୍ୟ ହୋଇଯାଇଥିବା ବେଳେ ଏହାକୁ ଉନ୍ନତିମାନ କରିବା ଦରକାର ପଡିଛି।ମୁଁ ଜଣେ ବିରୋଧୀ ଦଳର ବିଧାୟକ ହୋଇଥିବାରୁ ଶାସକ ଦଳ ମୋ ଦାବିକୁ ମାନୁନଥିବା ସେ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।ତୁରନ୍ତ ଜିଲ୍ଲାରେ ଶିଳ୍ପ,ରେଳପଥ,ରାସ୍ଥା,ବିଦ୍ୟୁତ ସହ ପାନୀୟ ଜଳ ଇତ୍ୟାଦି ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।ବିଧାୟକ ଙ୍କ ସହ ମାଲକାନଗିରି ବିଧାୟକ ପ୍ରତିନିଧି ନବଘନ ଲୋକେଇ ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.