mobile header

ମାଲକାନଗିରି ତହସିଲରେ ଟେଣ୍ଡର ଫିକ୍ସିଂ ଘଟଣା ପୁନଃ ଟେଣ୍ଡର ଆହ୍ବାନ ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବିଧାୟକ


ମାଲକାନଗିରି,୩/୬: ମାଲକାନଗିରି ତହସିଲରେ ଗନ୍ଦିପାଲି ପଥର କୁଆଁରିର ଟେଣ୍ଡର ଫିକ୍ସିଂ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।ଗନ୍ଦିପାଲୀ ପଥର କୁଆଁରିର ତୁରନ୍ତ ପୁନଃ ଟେଣ୍ଡର କରିବା ସହ ଏହି ଫିକ୍ସିଂରେ ଜଡିତ ଥିବା କର୍ମଚାରୀ ଏବଂ ଅନ୍ୟମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।ପ୍ରକାଶ ଥାଉକି ଏହି ଟେଣ୍ଡର ହାତେଇବା ପାଇଁ ଚାରି ଜଣ ଟେଣ୍ଡର ପକାଇଥିଲେ।କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍କି ଟେଣ୍ଡର ନ ଖୋଲିବା ପାଇଁ ତହସିଲଦାରଙ୍କୁ କହିଥିଲେ।ତେବେ ସେ କାହିଁକି ଏବଂ କାହା ସ୍ବାର୍ଥରେ ଟେଣ୍ଡର ଲଫାପାଟି ନଖୋଲିବା ପାଇଁ କହିଥିଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଜଣେ ବ୍ୟକ୍ତି ହିଁ ଦୀର୍ଘ ବର୍ଷଧରି ଏହି ପଥର କୁଆଁରିକୁ ହାତେଇ ଥିବା ବେଳେ ଏବେ ପୁଣି ନିଜର କୌଶଳ ପ୍ରୟୋଗ କରି ଏହାକୁ ହାତେଇବା ପାଇଁ ଉଦ୍ୟମ କରୁଥିବା ଆଲୋଚନା ହେଉଛି।ତେବେ ଏନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ତଦନ୍ତ କରିବା ଜରୁରୀ ହୋଇପଡିଛି ବୋଲି ଦାବି ହୋଇଛି।ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ଏହାକୁ ନେଇ ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଭିତିରିଆ ଆଲୋଚନା ଚାଲିଛି।ବିଭାଗୀୟ ଅଧିକାରୀଙ୍କ ଜାଣତରେ ଏବଂ ତାଂକର ନିର୍ଦେଶରେ ହିଁ ଏଭଳି କରାଯାଇଥିବା ନେଇ ଆଲୋଚନା ଜୋର ଧରିଛି।ତେବେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି କିନ୍ତୁ ଏହାକୁ ଗୁରୁତ୍ବର ସହ ନେଇ ଜିଲ୍ଲା ପ୍ରଶାସନ ଏହି ଟେଣ୍ଡର ଫିକ୍ସିଂର ଅସଲ କଥାକୁ ପଦାକୁ କାଢନ୍ତୁ ବୋଲି ଦାବି କରିଛନ୍ତି।ମାଲକାନଗିରି ଜିଲ୍ଲାରେ ପୂର୍ବରୁ ମଧ୍ୟ ଟେଣ୍ଡର ଫିକ୍ସିଂ ହୋଇଥିବା ନଜିର ରହିଛି।ଗତ ଗତବର୍ଷ ହିଁ ଜଣେ ବିଡରକୁ ଆହେତୁକ ଅନୁକମ୍ପା ଦେଖାଇ ତତ୍କାଳୀନ ଜିଲ୍ଲାପାଳ ବଦଳି ହୋଇଥିଲେ।ବିଭାଗୀୟ ଅଧିକାରୀ ଏବଂ ଟେଣ୍ଡର ମାଫିଆମାନଙ୍କ ମଧୁଚନ୍ଦ୍ରିକା ଦ୍ବାରା ଏହା ସଫଳ ହୋଇଯାଉଛି।ଯାହାକି ଲୋକ ଲୋଚନକୁ ଆସି ପାରୁନାହିଁ।ଯାହା ବି ପଦାକୁ ଆସୁଛି ତାହାକୁ ଅର୍ଥ ବଳରେ ଚୁପ କରିଦିଆଯାଉଥିବା ଅଭିଯୋଗ ହୋଇଛି।ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ହସ୍ତକ୍ଷେପ କରନ୍ତୁ ବୋଲି ବିଧାୟକ ସମେତ ବିଭିନ୍ନ ରାଜନୈତିକ ଦଳ ଦାବି କରିଛନ୍ତି।

Leave A Reply

Your email address will not be published.