mobile header

ମୟୂରଭଞ୍ଜ ଛଉନୃତ୍ୟ ବିଷୟରେ ପ୍ରକାଶିତ ଖବର ବିରୋଧରେ ସ୍ପଷ୍ଟୀକରଣ ଦେଲେ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ର ସଦସ୍ୟ


୦୩-୦୬-୨୦୨୨
ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ।

ଚଳିତ ମାସ ୨ ତାରିଖରେ ଜିଲ୍ଲାପାଳଙ୍କ ପୌରାହିତ୍ୟ ତଥା ରାଜ୍ୟ ସଂସ୍କୃତି ବିଭାଗ
ନିର୍ଦେଶକ ଓ ଓଡିଶା ସଂଗୀତ ନାଟକ ଏକାଡେମୀର ସମ୍ପାଦକଙ୍କ ଉପସ୍ଥିତିରେ ମୟୂରଭଞ୍ଜ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅଭ୍ୟର୍ଥନା ସଭାଗୃହରେ ମୟୂରଭଞ୍ଜ ଛଉର ଉନ୍ନତି କରଣ ଉଦ୍ଦେଶ୍ୟରେ ମୟୁରଭଞ୍ଜ ଛଉନୃତ୍ୟ ପ୍ରତିଷ୍ଠାନ ” ର କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା | ଉକ୍ତ ସଭାରେ ଛଉ ନୃତ୍ୟର,ପୁନଃଉଦ୍ଧାର, ଉନ୍ନତି କରଣ ଏବଂ ବିକାଶ ହେବା ଦିଗରେ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ କୁମାର ଦାସ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ପାଦକ ପ୍ରବୋଧ ରଥ ଙ୍କ ଉପସ୍ଥିତି ରେ ବିସ୍ତୁତ ଆଲୋଚନା କରାଯାଇଥିଲା।ଉକ୍ତ ଆଲୋଚନା ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଉତ୍ତର ସାହି ଓ ଦକ୍ଷିଣା ସାହି ର କର୍ମକର୍ତା ଏବଂ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନର ସଦସ୍ୟ ବୃନ୍ଦ ମୌଳି ଯାଉଥିବା ଛଉ ନୃତ୍ୟ ଉପରେ ନିଜ ନିଜର ସୁ ଚିନ୍ତିତ ମତାମତ ପ୍ରଦାନ କରିଥିଲେ | ତେବେ ସମସ୍ତଙ୍କ ସୁଚିନ୍ତିତ ମତାମତ କୁ ପାଥେୟକରି ସଂସ୍କୃତି ବିଭାଗ ନିର୍ଦେଶକ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ସମ୍ପାଦକ ସମ୍ମତି କ୍ରମେ ନିଷ୍ପତି ନେଇଥିଲେ କି ବାରିପଦା ଠାରେ ମୟୂରଭଞ୍ଜ ଛଉନୃତ୍ୟ ତାଲିମ କେନ୍ଦ୍ର ଯଥାଶୀଘ୍ର ସ୍ଥାପନ କରାଯିବା ସହିତ ଏକ ମାସ ମଧ୍ୟରେ ଛଉ ନୃତ୍ୟର ପାଠ୍ୟ ଖସଡ଼ା ପ୍ରସ୍ତୁତ କରିବାପାଇଁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।ତତ୍ ସହିତ ଛଉ ନୃତ୍ୟର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ନିର୍ଧାରିତ କରାଯାଇଥିଲା। ତେବେ ବିଳମ୍ବରେ ହେଉ ପଛେ ଦୀର୍ଘ ଦିନର ପ୍ରଚେଷ୍ଟା ପରେ ଫଲପ୍ରଦ ହେବାକୁ
ଯାଉଥିବା ସ୍ବପ୍ନ ଛଉ କଳାକାର ମାନଙ୍କ ମଧ୍ୟରେ ଉଲ୍ଲାଶ ଖେଳାଇ ଦେଇଥିଲା।

କିନ୍ତୁ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ର ସଦସ୍ୟ ଙ୍କ କହିବା ଅନୁସାରେ ସେମାନଙ୍କ ଦୁଃଖ ଓ କ୍ଷଭର ବିଷୟ ଚଳିତ ମାସ ୩ ତାରିଖ ରେ କିଛି ଖବର କାଗଜ ଗୁଡିକରେ ଭୁଲ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ “ପ୍ରଜେକ୍ଟ ଛାଉଣୀର ପ୍ରଚେଷ୍ଟା ବଳରେ ଏହା ସମ୍ଭବ ହୋଇପାରିଛି” | ଏହି ଖବର ପଢିଲା ପରେ ଛଉ କଳାକାର, ଏବଂ ବିଭିନ୍ନ ମହଲରେ ଖବର କାଗଜ ମାନଙ୍କର
ବେପରୁଆ ଖବର ପ୍ରକାଶ କୁ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଛି | ଯାହାକି ଛାଉଣୀର ଶ୍ରେୟ ପରିବର୍ତେ ପ୍ରକୃତରେ ଏହାର ଶ୍ରେୟ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ, ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନ, ବାରିପଦା , ଦକ୍ଷିଣସାହି ଛଉ ନୃତ୍ୟ ମନ୍ଦିର,ବାରିପଦା ତଥା ମୟୂରଭଞ୍ଜ ଛଉ ଆଞ୍ଚଳିକ ମଞ୍ଚର ମଲିତ ପ୍ରଚେଷ୍ଟା ବଳରେ ସମ୍ଭବ ହୋଇପାରିଛି |
ଏଜି ଖବରରେ ପ୍ରତିକ୍ରିୟା ରଖି ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନ, ବାରିପଦା ବିଶିଷ୍ଟ ନୃତ୍ୟ ଶିଳ୍ପୀ ଲୋକନାଥ ଦାସ ଏବଂ ଦକ୍ଷିଣସାହି ଛଉ ନୃତ୍ୟ ମନ୍ଦିର,ବାରିପଦାର ସମ୍ପାଦକ ଲଡ଼ୁକେଶ୍ବର ରଣା ଖବର କାଗଜ ମାନଙ୍କର ଭୁଲ ଖବର ପ୍ରକାଶକୁ ଘୋର ନିନ୍ଦା କରିଛନ୍ତି ଏବଂ ଏହା ସହିତ ଏପରି ଖବର ପ୍ରକାଶ ପଛରେ ବ୍ୟକ୍ତିଗତ ସ୍ବାର୍ଥକୁ ପ୍ରଶ୍ରୟ ଦିଆଯାଇଥିବାର ପ୍ରକାଶ କରିଛନ୍ତି | ଉକ୍ତ ସଭାରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ଥିବା ଅନ୍ୟ ସଦସ୍ୟ
ଗଣ ଯେପରି କୃଷ୍ଣ ଚନ୍ଦ୍ର ଦାସ, ସଭାପତି ଦକ୍ଷିଣ ସାହି ଛଉ ନୃତ୍ୟ ମନ୍ଦିର, ଦିଲ୍ଲୀପ କୁମାର ମିଶ୍ର ସଭାପତି ଉତ୍ତର ସାହି ଛଉ ନୃତ୍ୟ ପ୍ରତିଷ୍ଠାନ, ଶତ୍ରୁଘ୍ନ ପ୍ରଧାନ, ଉପସଭାପତି ଉତ୍ତର ସାହି ଛଉ ନୃତ୍ୟ ପ୍ରତିଷ୍ଠାନ ତଥା ସୁଧୀର କୁମାର ନାୟକ ସମ୍ପାଦକ ଉତ୍ତର ସାହି ଛଉ ନୃତ୍ୟ ପ୍ରତିଷ୍ଠାନ , ମୟୁରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ର କାର୍ଯ୍ୟକାରିଣୀ ସଦସ୍ୟ କାର୍ତ୍ତିକେଶ୍ବର ରଣା, ବନବିହାରୀ ମତ୍ତଗଜ, ଅବିନାଶ ସ୍ବାଇଁ ମିଳିତ ଭାବରେ ଏଭଳି
ଖବର ପ୍ରକାଶ କୁ ନିନ୍ଦା କରି ଏହା ଏକ ପ୍ରାୟୋଜିତ ଖବର ବୋଲି ଅଭିଯୋଗ କରିଛନ୍ତି |

Leave A Reply

Your email address will not be published.