mobile header

ସୀମାନ୍ତ ରେ ଆଇ ଡି ବୋମା ବିସ୍ଫୋରଣ, ଜଣେ ଯବାନ ଆହତ

ମାଲକାନଗିରି, ୩।୬ (): ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁରରେ ନକ୍ସଲମାନଙ୍କ ଦ୍ଵାରା ଆଇଡି ବୋମା ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ପେଗ୍ରାପାଲି ଅଞ୍ଚଳରେ ନକ୍ସଲ ଦମନ ପାଇଁ ୨୧୦ କୋବ୍ରା ଯବାନଙ୍କ ପକ୍ଷରୁ ସର୍ଚ ଅପରେସନ କରଯାଇଥିଲା । ନକ୍ସଲମାନେ ଜିଲ୍ଲାର ଟାରେମ ପୋଲିସ ଷ୍ଟେସନ ଅଞ୍ଚଳର ପେଗ୍ରାପାଲି ଅଞ୍ଚଳରେ ଯବାନଙ୍କ ସର୍ଚ ଅପରେସନକୁ ଜାଣିପାରି ତାଙ୍କୁ ଟାର୍ଗେଟ କରିଥିଲେ ଏବଂ ଏକ ଆଇଡି ବିସ୍ଫୋରଣ କରିଥିଲେ । ଏଥିରେ ଜଣେ କୋବ୍ରା ବାଟାଲିଅନ ଯବାନ ଗୁରୁତ୍ତର ଆହତ ହୋଇଥିଲେ। ଆହତ ଜବାନଙ୍କ ନାମ ନିରଞ୍ଜନ କୁମାର ପାସୱାନ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହାପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ ଅପରେସନକୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.