ସୁପ୍ରିମକୋର୍ଟରେ ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ, ଦୁଇ ଆବେଦନକାରୀଙ୍କୁ ୨ ଲକ୍ଷ ଲେଖାଏଁ ଜରିମାନା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏହି ମାମଲା ଉପରେ ସମଗ୍ର ରାଜ୍ୟବାସୀଙ୍କ ନଜର ଥିବା ବେଳେ ଆଜି ପ୍ରକାଶ ପାଇଛି ଏହାର ରାୟ। ସୁପ୍ରିମକୋର୍ଟ ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କରିବା ସହ ଉଭୟ ପକ୍ଷଙ୍କ ଉପରେ ଜରିମାନା ପକାଇଛନ୍ତି। କୋର୍ଟଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଉଭୟଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଛି। ତେବେ ଏହା ପରେ ପ୍ରକଳ୍ପ କାମ ଆଗେଇବ ନା ନାହିଁ ତାହା ଏ ଯାଏ ସ୍ପଷ୍ଟ ହୋଇନି।ଏହି ପ୍ରକଳ୍ପ କାମ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ନିଜ ନ୍ୟସ୍ତ ସ୍ୱାର୍ଥ ପାଇଁ ଆବେଦନକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଥିଲେ ସୁପ୍ରିମକୋର୍ଟ। ଏହା ବାଦ ଉନ୍ନତି କାମ ଆଗେଇ ଚାଲିଥିବାରୁ ଏହା ମଧ୍ୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଥିବା କହିଛନ୍ତି ଆବେଦନକାରୀଙ୍କର ଓକିଲ। ବର୍ତ୍ତମାନ ଏଏସ୍‌ଆଇ ଓ ଅନ୍ୟ ଏଜେନ୍ସି ସହ ମିଶି ରାଜ୍ୟ ସରକାର ଏହି ପ୍ରକଳ୍ପ କାମ କରୁଥିବା ନେଇ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରିଥିବା ବେଳେ ରାୟ ସେମାନଙ୍କ ସପକ୍ଷରେ ଯାଇଛି ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ ଗୌତମ ଦାସ।ଆଉ ମାତ୍ର ମାସେ ବ୍ୟବଧାନରେ ପଡ଼ିବ ରଥ ଯାତ୍ରା। ବିଶ୍ୱପ୍ରସିଦ୍ଧ ପୁରୀ ରଥ ଯାତ୍ରା ଦେଖିବାକୁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ସେମାନଙ୍କ ନିମନ୍ତେ ଟଏଲେଟର ଆବଶ୍ୟକତା ଥିବାରୁ ଏହି ପ୍ରକଳ୍ପ କାମ ଆଗେଇ ଚାଲିଛି ବୋଲି ଯୁକ୍ତି ବାଢ଼ିଥିଲେ ରାଜ୍ୟ ସରକାର। ଜନସାଧାରଣଙ୍କ ସ୍ୱାର୍ଥରେ ଏସବୁ କରାଯାଉଛି ବୋଲି ରାଜ୍ୟ ସରକାର ମତ ଦେଇଥିବା ବେଳେ ସେମାନଙ୍କ ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ।ଏହି ରାୟ ପରେ ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ମହାପ୍ରଭୁଙ୍କ ବାଣୀ ସୁପ୍ରିମକୋର୍ଟଙ୍କ ଜରିଆରେ କୁହାଯାଇଛି। ଯାହା ବିବାଦ ଥିଲା, ଆଇନ, ବେଆଇନ ସବୁ ପ୍ରସଙ୍ଗ ଉପରେ ପୂର୍ଣ୍ଣଛେଦ ପଡ଼ିଛି। ଏହି ପ୍ରସଙ୍ଗରେ ମୋତେ ମିଛୁଆ ବୋଲି କୁହାଗଲା, ରାଜନୈତିକ ଭାବେ ଟାର୍ଗେଟ କରାଗଲା। ହେଲେ ମୋର ସେଥିରେ କିଛି ଯାଏ ନାହିଁ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ମୋର କୌଣସି ସ୍ୱାର୍ଥ ନ ଥିଲା। ମୁଁ କିନ୍ତୁ ନିସ୍ୱାର୍ଥ ଭାବେ କାମ କରିଛି ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ ପିନାକୀ ମିଶ୍ର।ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା, କପିଲ ସିବଲ, ପିନାକୀ ମିଶ୍ର ଏହି ମାମଲା ଲ‍ଢ଼ୁଥିଲେ। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବଡ଼ ବିବାଦ ଉପୁଜିଥିବା ବେଳେ ASI ନିୟମ ଉଲ୍ଲଙ୍ଘନ କରି ପ୍ରକଳ୍ପ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଅକଳରେ ପଡ଼ିଥିଲେ ରାଜ୍ୟ ସରକାର।

Leave A Reply

Your email address will not be published.