mobile header

ବାଲ୍ୟ ବିବାହ ରୋକିବା କୁ ଶପଥପାଠ


କାଲିମେଳା ତା୪/୬ ଅଜି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ କାର୍ଯାଳୟ ପରିସରରେ ଆଜି ସକାଳେ ଆସିଡିଏସ ବିଭାଗ ତରଫ ରୁ ବାଲ୍ୟବିବାହ ରୋକିବା ଲାଗି ଶପଥ ପାଠ କରାଯାଇଥିଲା ।କାଲିମେଳା ଆଇସିଡିଏସ ର କିରାଣୀ ଶ୍ରୀ ଦୁଲାଲ ସେନାପତି ସମସ୍ତ ଙ୍କୁ ବାଲ୍ୟବିବାହ ରୋକିବା ଲାଗି ନେଇ ଶପଥପାଠ କରାଇ ଥିଲେ ।ଏ ଅବସରରେ କାଲିମେଳା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଉମାଶଙ୍କର ଦଳେଇ ଓ ଆଇସିଡିଏସ ର ସିଡିପିଓ ଅନ୍ନପୂର୍ଣ୍ଣା ବୁରୁଦା ସମେତ ଆଇସିଡିଏସ କର୍ମଚାରୀ ଓ ମିଶନ ଶକ୍ତି ଓଏଲଏ ର କର୍ମଚାରୀମାନେ ଏହି ଶପଥପାଠ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବାଲ୍ୟବିବାହ ରୋକିବା ଲାଗି ଶପଥ ଗ୍ରହଣ କରିଥିଲେ। ନିଜ ଅଞ୍ଚଳ ର ସମସ୍ତ କିଶୋରୀ,କିଶୋର ମାନଙ୍କୁ ସମସ୍ତ ଶିକ୍ଷା ସମାପ୍ତି କରାଇବା । ନିଜ ପରିବାର ତଥା ବନ୍ଧୁବାନ୍ଧବ ଭିତରେ କେହି ଯଦି ପୁଅ କିମ୍ଵା ଝିଅ ବାଲ୍ୟବିବାହ କରୁଛନ୍ତି ।ତାଙ୍କୁ ବୁଝାଇ ସୂଜାଇ ବନ୍ଦ କରାଇବା।ଅନ୍ୟକୁ ବାଲ୍ୟବିବାହ ନ କରିବା ପାଇ ସଚେତନ କରିବା ଓ ବାଲ୍ୟବିବାହ ର କୁପ୍ରଭାବ ସମ୍ପର୍କ ରେ ଅନ୍ଯ କୁ ଜଣାଇବା। ଯଦି କେହି ଶିକ୍ଷାରୁ ବଞ୍ଚିତ ହେଉଅଛି କିମ୍ବା ବାଲ୍ୟବିବାହ କରୁଛି ତାହାହେଲେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିଆକର୍ଷ କରାଇବା ଲାଗି ଶପଥପାଠ କରାଯାଇଥିଲା ଏହି କାର୍ଯ୍ୟକ୍ରମର ବ୍ଳକ ଓ ଆଇସିଡିଏସ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।
ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ

Leave A Reply

Your email address will not be published.