
ସଂଜୀବ କୁମାର ରଣଜିତ,
ଆଜି ମୟୂରଭଞ୍ଜ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଇଂ ବଲରାମ ସାହୁଙ୍କ ସଭାପତିତ୍ବରେ ବାରିପଦା ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ବିକାଶ ତୀର୍ଥ ରାଲି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ତଥା ମୟୁରଭଞ୍ଜ ଜିଲ୍ଲା ଯୁବମୋର୍ଚ୍ଚାର ସହ ପ୍ରଭାରୀ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ଵାଇଁ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ କୁମାର ବିଶ୍ଵାଳ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଶ୍ରୀ ବିକାଶ ପାଢୀ ପ୍ରମୁଖ ଯୋଗ ଦେଇ ବିକାଶ ତୀର୍ଥ ରାଲିର ବିସ୍ତ୍ରୁତ ରୁପରେଖ ପ୍ରସ୍ତୁତ କରିଥିଲେ । ଏହି ବୈଠକରେ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ଵାଇଁ ଆଗାମୀ ଦିନରେ ମୟୁରଭଞ୍ଜ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା କୁ କିପରି ସୁଦୃଢ଼ କରାଯିବ ଏବଂ ପ୍ରତି ମଣ୍ଡଳ ସ୍ତରରେ ଯୁବମୋର୍ଚ୍ଚା କୁ ଅଧିକ ସୁଦୃଢ କରିବା ସହିତ ଭାରତର ଜନପ୍ରିୟ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବାର୍ତ୍ତା କୁ ତଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ କରିଥିଲେ । ତେବେ ଆଗାମୀ ଦିନରେ ବାରମ୍ବାର ଜିଲ୍ଲା ଗସ୍ତ କରି ବିଜେପି ଯୁବମୋର୍ଚ୍ଚାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ତା ସହିତ ସମସ୍ତ ଯୁବ କାର୍ଯ୍ୟକର୍ତ୍ତା ଙ୍କ ନିଜ ନିଜ ଅଞ୍ଚଳରେ ସାମାଜିକ କାର୍ଯ୍ୟକଳାପ ରେ ନିଜ କୁ ଯୋଡ଼ିବା ପାଇଁ ଅଗ୍ରାହ୍ୟ ପ୍ରକାଶ କରିଥିଲେ , ଯୁବ ଓ ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀ କରୁଥିବା ବିକାଶ କାର୍ଯ୍ୟ ଗୁଡିକ କହି ସେମାନଙ୍କୁ ପ୍ରାଧାନ୍ୟ ଦେଲେ ଆଗାମୀ ଭବିଷ୍ୟତରେ ଦଳ ପାଇଁ ଶୁଭଙ୍କର ହେବ ବୋଲି କହିଥିଲେ । ଏହି ବୈଠକରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ଦେବବ୍ରତ ସାମଲ ସ୍ୱାଗତ୍ ଭାଷଣ ସହ ଅତିଥି ପରିଚୟ କରିଥିବା ବେଳେ , ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ସୋମନାଥ ବେହେରା, ଦେବରାଜ ସାହୁ, ଯୁବମୋର୍ଚ୍ଚା ସମ୍ପାଦକ ସୂରଜ ଲୋହାର,ସ୍ୱଛ ଭାରତ ଜିଲ୍ଲା ସଂଯୋଜିକା ଜୟସ୍ମିତା ମହାନ୍ତି, ଆରଟିଆଇ ସଂଯୋଜକ ଜଗଦୀଶ ବିନ୍ଧାଣୀ, ସଙ୍କର୍ଷଣ ମହାନ୍ତ, ମନୋଜ ମହାନ୍ତ, କୁନା ମହାନ୍ତ, ଅମୀୟ ଦାସ ପ୍ରମୁଖ ଙ୍କ ସହିତ ଜିଲ୍ଲା ଯୁବମୋର୍ଚ୍ଚାର ବହୁ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ଏବଂ ସର୍ବ ଶେଷ ରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଭବାନୀ ଶଙ୍କର ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ସଭାସାଙ୍ଗ କରିଥିଲେ