mobile header

ଜଗଦୀଶ ପୁର ଛକ ସାଜିଛି ମରଣ ଜନ୍ତା ।ପୁଣି ଚାଲିଗଲା ଏକ ଅମୂଲ୍ୟ ଜୀବନ


ବୌଦ୍ଧ- ବୌଦ୍ଧ ଜିଲ୍ଲା ସଦର ବୌଦ୍ଧ ବାଇପାସ୍ ଜଗଦୀଶପୂର୍ ଛକ ନିକଟରେ ଦୁର୍ଘଟଣା । ଅଟୋ କୁ ପିଟିଲା ପେଟ୍ରୋଲ ବୋଝେଇ ଟେଙ୍କର। ଘଟଣା ସ୍ଥଳରେ ଜଣେ ମୃତ । ୫ ଯାତ୍ରୀ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡିକାଲ ରେ ଭର୍ତ୍ତି । ସୂଚନା ଅନୁଯାୟୀ ବୌଦ୍ଧ ରୁ ବଘିଆପଡା ଅଞ୍ଚଳକୁ କିଛି ଲୋକ ଏକ ଅଟୋ ଯୋଗେ ଯାଇଥିବା ବେଳେ ବୌଦ୍ଧ ବାଇପାସ ନିକଟରେ ପଛପଟୁ ଆସୁଥିବା ଏକ ପେଟ୍ରୋଲ ବୋଝେଇ ଟେଙ୍କର ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ। ଡାକ୍ତରଖାନାରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ମୃତକଙ୍କ ପରିଚୟ ଖୋଜିବା ସହ ଘଟଣାର ତଦନ୍ତ କରୁଛି।
ସେପଟେ ଉତ୍ତ୍ୟକ୍ତ ଲୋକେ ବାଇପାସ୍ ରାସ୍ତା ଅବରୋଧ କରିଥିବା ବେଳେ ଉଭୟ ପଟେ ଅଟକି ରହିଛି ଗାଡିମୋଟର। ଯେ ପର୍ଯ୍ୟନ୍ତ ମୃତକ ଜଣଙ୍କ ର କ୍ଷତି ପୂରଣ କରାନଯାଏ ସେ ଯାଏଁ ରାସ୍ତାରୋକ ଜାରି ରହିବ ବୋଲି କହୁଥିବା ବେଳେ ବୌଦ୍ଧ ଆଦର୍ଶ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ରାସ୍ତା ରୋକ କରିଥିବା ସ୍ଥାନୀୟ ଲୋକଙ୍କୁ ରାସ୍ତା ଅବରୋଧ ନ କରିବାକୁ କହିଛି।ପୋଲିସ କଥା ରକ୍ଷା କରି ଲୋକେ ରାସ୍ତାରୋକ ସ୍ଥାନକୁ ଖାଲି କରିଛନ୍ତି। ଅନ୍ୟପଟେ ବାରମ୍ବାର ଉକ୍ତ ଜଗଦୀଶ ପୁର ଛକରେ ଦୁର୍ଘଟଣା ଘଟୁଥିବା ବେଳେ ବୌଦ୍ଧ ପ୍ରଶାସନ ଓ ପୂର୍ତ୍ତ ବିଭାଗ ସ୍ପ୍ରିଟ ବ୍ରେକର ବା ହମସ୍ ନିର୍ମାଣ କରିବାକୁ ଦାବି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣ ପାତ କରୁନଥିବା ସୂଚନା ମିଳିଛି।ତେଣୁ ତୁରନ୍ତ ଉକ୍ତ ଛକରେ ହମ୍ସ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.