mobile header

ମୃତକ ପରିବାରଙ୍କୁ କାଠଯୋଗାଇବା ଦାବୀ


ସ୍ଵାଧିନ ଠିକାଦାର ସଂଘ ପକ୍ଷରୁ ଦାବୀ ପତ୍ର

ଖୁଣ୍ଟା –

କାଠ ଉପରେ ସରକାରୀ କଟକଣା ! ମୃତ ଦେହ ସତ୍କାର ପାଇଁ ଏବେ କାଠର ସମସ୍ୟା ।
ଯାହା ଏବେ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସଭିଏଁ ଏବଂ ସବୁ ବର୍ଗର ଲୋକଙ୍କ ପାଇଁ ଏକ ସମସ୍ୟା ଭାବେ ଉଭା ହେଉଛି !
ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି
। ” କପ୍ତିପଦା ଉପଖଣ୍ଡର ସ୍ଵାଧିନ ଠିକାଦାର ସଂଘ , ଉଦଳା ” । ଏବଂ ଲୋକଙ୍କ ଏହି ବିପଦ ସମୟରେ କାଠ ଚିନ୍ତା କୁ ଗୁରୁତର ସହିତ ନେବା ସଙ୍ଗେ ସଙ୍ଗେ ଏହି ସମସ୍ୟାକୁ ଦୂର କରିବା ଆଶାରେ ଅଣ୍ଟା ଭିଡ଼ିଛି । ଏବଂ ଏ ସଂକ୍ରାନ୍ତରେ ସ୍ଵାଧିନ ଠିକାଦର ସଂଘ ପକ୍ଷରୁ ସଂଘର ସଭାପତି ସୀମାନ୍ତ ତ୍ରୀପାଠିଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଓଡ଼ିଶା ବନ ଉନ୍ନୟନ ନିଗମ ଲିଃ , ବାରିପଦା ଡ଼ିଭିଜନ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମୃତକଙ୍କ ପରିବାରକୁ ଉଚିତ ମୂଲ୍ୟରେ ଶବ ସତ୍କାର କରିବା ନିମନ୍ତେ କାଠ ଯୋଗାଇ ଦେବା ପାଇଁ ସଂଘ ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିବା ସଂଘର ସଭାପତି ଶ୍ରୀ ତ୍ରୀପାଠି ସୁଚନା ଦେଇଛନ୍ତି ।
ତେବେ ସଂଘ ପକ୍ଷରୁ ଗ୍ରହଣ କରାଯାଇଥିବା ଏଭଳି ପଦକ୍ଷେପକୁ ବିଭିନ୍ନ ମହୋଲରେ ସ୍ଵାଗତ କରାଯାଇଛି ।

Leave A Reply

Your email address will not be published.