mobile header

ନବୀନଙ୍କ ନୂଆ ଟିମ୍ : ଶପଥ ନେଲେ ୨୧ ମନ୍ତ୍ରୀ

ଭୁବନେଶ୍ୱର : ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଲୋକସେବା ଭବନର କନ୍‌ଭେନସନ୍‌୍ ହଲରେ ଏଥିପାଇଁ ନିରଡମ୍ବର ଆୟୋଜନ କରାଯାଇଛି । ରାଜ୍ୟପାଳ ଗଣେଷୀ ଲାଲ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଛନ୍ତି । ମୋଟ ୨୧ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଏଥିରେ ୧୩ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୮ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି । ଏହି ନୂଆ ମନ୍ତ୍ରୀ ମଣ୍ଡଳରେ ୫ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିଛି । ଏମାନଙ୍କ ଭିତରୁ ୩ଜଣଙ୍କୁ କ୍ୟାବିନେଟ୍ ଓ ୨ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ମୁଖ୍ୟମନ୍ତ୍ରୀ ନବୀପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳଙ୍କ ଅନୁମତି ନେଇ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଜଣ ଜଣ କରି ମନ୍ତ୍ରୀଙ୍କ ନାମ ଡ଼ାକିଥିଲେ । ମନ୍ତ୍ରୀମାନେ ଆସି ରାଜ୍ୟପାଳଙ୍କ ଠାରୁ ପଦ ଓ ଗୋପନୀୟତାର ଶପଥ ନେଇଥିଲେ ।

ଯେଉଁମାନେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସେମାନେ ହେଲେ….
୧)ଜଗନ୍ନାଥ ସାରକା
୨) ନିରଞ୍ଜନ ପୂଜାରୀ
୩) ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୪) ପ୍ରମିଳା ମଲ୍ଲିକ
୫)ଉଷା ଦେବୀ
୬) ପ୍ରଫୁଲ୍ଲ କୁମାର ମଲ୍ଲିକ
୭) ପ୍ରତାପ କେଶରୀ ଦେବ
୮) ଅତନୁ ସବ୍ୟସାଚୀ ନାୟକ
୯) ପ୍ରଦୀପ କୁମୁାର ଅମାଦ
୧୦) ନବ କିଶୋର ଦାସ
୧୧) ଅଶୋକ ଚନ୍ଦ୍ର ପଣ୍ଡା
୧୨) ଟୁକୁନୀ ସାହୁ
୧୩) ରାଜେନ୍ଦ୍ର ଢ଼ୋଲକିଆ

ସେହିପରି (ସ୍ୱାଧିନ)ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସେମାନେ ହେଲେ….
୧) ସମୀର ରଞ୍ଜନ ଦାସ
୨) ଅଶ୍ୱିନୀ କୁମାର ପାତ୍ର
୩) ପ୍ରୀତି ରଞ୍ଜନ ଘଡ଼େଇ
୪)ଶ୍ରୀକାନ୍ତ କୁମାର ସାହୁ
୫) ତୁଷାରକାନ୍ତି ବେହେରା
୬)ରୋହିତ ପୂଜାରୀ
୭)ରୀତା ସାହୁ
୮)ବାସନ୍ତୀ ହେମ୍ବ୍ରମ

Leave A Reply

Your email address will not be published.