
ବୌଦ୍ଧ: ବୀରନରସିଂହପୁର ନର୍ସରୀ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ସଭାପତିତ୍ୱରେ ଏଜ ସଭା ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ବନ ସଂରକ୍ଷକ ଜିତେନ୍ଦ୍ର କୁମାର ବେହେରା ସଭାଜୁ ସଂଯୋଜନା କରିଥିଲେ l ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ପରିବେଶବିତ୍ତ ତଥା ଉଦ୍ଭିଦ ବିଜ୍ଞାନ ଅଧ୍ୟାପଜ ଡ. ପ୍ରବୀର କୁମାର ଦାସ ଯୋଗଦେଇ ପରିବେଶ ପ୍ରତି ସମସ୍ତେ ସଜାଗ ହୋଇ କର୍ତ୍ତବ୍ୟ କରିବାକୁ ପଡିବ ନଚେତ ମଣିଷ ସମାଜ କରୋନା ଭଳି ଆହୁରିମହାମାରୀକୁ ସାମ୍ନା କରିବାକୁ ପଡିବ l ନିଜେ ନିଜେ ବିଲୋପ ଆଡକୁ ଗତି ନକରି ନିଜେ ପରିବେଶ ପ୍ରତି ସଚେତନ ହେବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟ ଅତିଥି ଭାବେ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଯୋଗଦାନକରି ପରିବେଶ ସୁରକ୍ଷା ପ୍ରତି ମାନବ ସମାଜର ଗୁରୁ ଦାଇତ୍ୱ ଉପରେ ବକ୍ତବ୍ୟ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ ସହିତ ଜିଲ୍ଲା ସ୍ତରରେ ପ୍ରକୃତିବନ୍ଧୁ ଓ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହିତ ଜିଲ୍ଲାର ବିଭିନ୍ନ ଗ୍ରାମ୍ୟ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଯୋଗଦାନ କରିଥିଲେ l

