mobile header

ଅସହାୟଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲା ଅନନ୍ୟା ଫାଉଣ୍ଡେସନ୍

ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ଗମ୍ଭାରୀଡ଼ିହି ପଂଚାୟତ କୃଷ୍ଣାଦେଇପୁରର ରଶ୍ମିତା ଦୀକ୍ଷିତଙ୍କ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି। ରଶ୍ମିତା ଦୀକ୍ଷିତଙ୍କ ବୟସ ୪୩, ସ୍ୱାମୀ ପ୍ରଫୁଲ୍ଲ ନନ୍ଦ ଜଣେ ପୂଜାରୀ। ରଶ୍ମିତା ଦୀକ୍ଷିତଙ୍କ ପେଟ ଗଲା ତିନି ମାସ ହେବ ଅସ୍ୱାଭାବିକ ଭାବେ ବଢ଼ିବାକୁ ଲାଗିଲା। ନିଜର ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ଚିକିତ୍ସା କରାଇ ପାରି ନଥିଲେ। ଅନନ୍ୟା ଫାଉଣ୍ଡେସନ ଟିମ୍ ଖବର ପାଇ ତାଙ୍କ ଚିକିତ୍ସା ପାଇଁ ଆଜି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନେଇଛନ୍ତି। ଭୁବନେଶ୍ୱରରେ ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଟ୍ୟୁମର ହୋଇ କ୍ୟାନ୍ସରର ପ୍ରାରମ୍ଭିକ ପର୍ଯ୍ୟାୟ। ମିଳିଥିବା ଶେଷ ସୂଚନା ଅନୁଯାୟୀ ରଶ୍ମିତାଙ୍କୁ କିଛି ଦିନ ଡାକ୍ତରଖାନାରେ ରହିବାକୁ ହେବ ଓ ପରେ ତାଙ୍କ ପେଟ ଅପରେସନ କରାଯିବ।

Leave A Reply

Your email address will not be published.