mobile header

୯ ଦଫା ଦାବିନେଇ ଓବିସି ସେଲ୍ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ।



ସଂଜୀବ କୁମାର ରଣଜିତ,ମୟୂରଭଞ୍ଜ।

ପ୍ରଦେଶ କଂଗ୍ରେସ ପଛୁଆ ବର୍ଗ (ଓ.ବି.ସି ସେଲ)ର ଆହ୍ୱାନ କ୍ରମେ ଆଜି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ ଜରିଆରେ ୯ ଦଫା ସମ୍ବଳିତ ଦାବିପତ୍ର ଓବିସି ସେଲ୍ ଜିଲ୍ଲା ସଭାପତି ଶ୍ରୀ ଦିଲ୍ଲୀପ ନାଏକ ଙ୍କ ନେତୃତ୍ବରେ ପ୍ରଦାନ କରାଯାଇଅଛି। ପଛୁଆ ବର୍ଗ ଙ୍କ ପ୍ରତି ବିଦ୍ୱେଷ ନ ରଖି ରାଜ୍ୟ ଓ କେନ୍ଦ୍ର ସରକାର ମହିଳା, ଛାତ୍ରବୃତ୍ତି, ଚାକିରି କ୍ଷେତ୍ର ରେ ଯଥାଶୀଘ୍ର ତାଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ସମାଜର ମୂଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ଦୃଢ଼ ଦାବି କରାଯାଇଛି।


ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମନ୍ତ ଦାସ, ବରିଷ୍ଠ ନେତା ବିଜନ ଦାସ, ଜ୍ୟୋତି ପ୍ରକାଶ ରଥ , ନଗର ସଭାପତି ଶାନ୍ତନୁ ପାଲ, ସଂପାଦକ ତାରାକାନ୍ତ ବେହେରା, ସଂଖ୍ୟାଲଘୁ ସେଲ୍ ର ଅଧ୍ୟକ୍ଷ ଶେକ୍ ରଖିମ, ଛାତ୍ର ସଭାପତି ମୋତି ପ୍ରକାଶ ଦାଶ, ଅରୁଣ ସାହାଣୀ, ଅକ୍ଷୟ ସାହାଣୀ, ଶ୍ରୀମତୀ ସୋନାଲି ସାହା, ଭାଗିରଥୀ ଘୋଡେ଼ଇ, ରତିକାନ୍ତ ସି, ଶେଖ୍ ଇକବାଲ,ଶେଖ ଖଲିମ,ସ୍ବାଗନ ଦାସ, ରବିନାରାୟଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.