mobile header

ବିଶ୍ୱ ପରିବେଶ ଦିବସରେ ବେଳାଭୂମୀକୁ ସ୍ୱଚ୍ଛ କଲେ ସୋଆ ଛାତ୍ରଛାତ୍ରୀ


ଭୁୁବନେଶ୍ୱର, ୬/୦୬: ପ୍ଲାଷ୍ଟିକ୍‌ର ବ୍ୟବହାର ପରିବେଶକୁ ପ୍ରଦୂଷିତ କରୁଛି । ଏହାର ବ୍ୟବହାର ଯୋଗୁଁ ଭବିଷ୍ୟତରେ ସାରା ବିଶ୍ୱରେ ପରିବେଶ ଜନିତ ସଂକଟ ଦେଖାଯିବ । ତେଣୁ ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶକୁ ସ୍ୱଚ୍ଛ ରଖିବାର ପ୍ରୟାସ କରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ବିଦ୍ୟାଳୟର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ବେଳାଭୂମୀ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।
ପୁରୀ ଜିଲ୍ଲାର ଜାହାନିଆ ସମୁଦ୍ର ବେଳାଭୂମିକୁ ସୋଆ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଫା କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ବେଳାଭୂମିରେ ପଡିଥିବା ପ୍ଳାଷ୍ଟିକ ଆବର୍ଜନା, ଭଙ୍ଗାକାଚ, ଗୁଟଖା ଜରି, ବିଭିନ୍ନ ବ୍ୟବହୃତ ପାନୀୟର ପ୍ୟାକେଟ ଇଦ୍ୟାଦିକୁ ଉଠାଇ ଡଷ୍ଟବିନ୍‌ରେ ପକାଇଥିଲେ ।
ଆଗାମୀ ଭବିଷ୍ୟତରେ ପ୍ଳାଷ୍ଟିକ୍ କିପରି ପରିବେଶ ପାଇଁ ଏକ ବଡ଼ ସମସ୍ୟାର କାରଣ ପାଲିଟିବାକୁ ଯାଉଛି ସେ ନେଇ ବେଳାଭୂମିକୁ ଆସିଥିବା ପର୍ଯ୍ୟଟକମାନଙ୍କୁ ଅବଗତ କରାଇବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆର ଏନ୍‌ଏସ୍‌ଏସ୍ ପ୍ରୋଗ୍ର୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଖମାରୀ ଶର୍ମା “କେବଳ ମାତ୍ର ଗୋଟିଏ ପୃଥିବୀ”ର ସ୍ଲୋଗାନ୍ ଦେଇ ପରିବେଶକୁ ସଫା ରଖିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସଫେଇ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀଙ୍କ ସହିତ ପ୍ରୋଗ୍ରାମ ଅଫିସର ଡକ୍ଟର କମଳ ଲୋଚନ ମହାନ୍ତ ଓ ଡକ୍ଟର ଶାନ୍ତିଲତା ଚମ୍ପତି ଯୋଗ ଦେଇଥିବା ବେଳେ ଆଉଟରିଚ ସହକାରୀ ମ୍ୟାନେଜର ପ୍ରତୀକ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୋଆ ବିଶ୍ୱବିଦ୍ୟାଳୟର କେତେକ ଆନ୍ତର୍ଜାତିକ ଛାତ୍ରଛାତ୍ରୀଙ୍କ ସମେତ ୭୦ ଜଣ ସ୍ୱେଚ୍ଛାସେବୀ ଏହି ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.