ଖରା ବର୍ଷା କାହାକୁ ଖାତିର ନକରି ଦୁଃଖଦେଈ ସେହି ଝୁମ୍ପୁଡ଼ିରେ ରହୁଛନ୍ତି। ହେଲେ ତାଙ୍କର ସେହି ଝୁମ୍ପୁଡ଼ି ଉପରେ କାହାର ନଜର ପଡ଼ୁନାହିଁ। କେବଳ ୫ କେଜି ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଦେଇ ସମସ୍ତେ ଚୁପ୍ ବସିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଏ ଦୁନିଆରେ ଜଣେ ବୃଦ୍ଧାଙ୍କର କଣ ବଞ୍ଚିବାର ଅଧିକାର ନାହିଁ? କେତେ କଣ ସ୍ୱପ୍ନ ଦେଖାଉଥିବା ସରକାର ଜଣେ ବୃଦ୍ଧାଙ୍କୁ ରହିବା ପାଇଁ ଘର ଖଣ୍ଡିଏ ଯୋଗାଇ ପାରିବେ ନାହିଁ?ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ୍ ସଦର ମହକୁମାଠାରୁ ୮ କିମି ଗଲେ ପଡ଼ିବ ବାଲିପଟା ଗାଁ। ଏହି ଗାଁରେ ସ୍ୱାମୀ ଓ ଦୁଇ ଝିଅଙ୍କୁ ନେଇ ବାସ କରୁଥିଲେ ଦୁଃଖଦେଇ ବିଶି। ୧୫ ବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଦୁଇ ଝିଅଙ୍କ ଭିତରୁ ଜଣେ ପ୍ରେମ ବିବାହ କରି ଚାଲିଗଲେ। ଆଉ ଜଣେ ଝିଅ ମାଆ ପାଖରେ ନରହି ସମ୍ପର୍କୀୟଙ୍କ ପାଖକୁ ଚାଲିଗଲେ। ବର୍ତ୍ତମାନ ଦୁଇ ଝିଅଙ୍କ ଠିକଣା କାହା ପାଖରେ ନାହିଁ।ଶେଷରେ ବାର୍ଦ୍ଧକ୍ୟରେ ଗଢ଼ିଲେ ଘର। ଯେଉଁ ଘର ଦୂରରୁ ଉଇ ହୁଙ୍କା ପରି ଦେଖାଯାଉଛି। ଝାଟି ମାଟିର ସେହି ଘରେ ସଳଖି ଠିଆ ହେବା କଷ୍ଟକର। ତଥାପି ସେହି ଘର ଭିତରେ ଦୁଃଖକଷ୍ଟରେ ରନ୍ଧାବଢ଼ା କରି ବାର୍ଦ୍ଧକ୍ୟର ବଳକା ଜୀବନକୁ ଅତିବାହିତ କରୁଛନ୍ତି ଦୁଃଖଦେଈ।