mobile header

ଏସସିବିରେ ୧୩ ଦିନ ହେଲାଣି ପଡି ରହିଛି କଏଦୀଙ୍କ ମୃତଦେହ : ଶବ ସତ୍କାର କରାଯାଉନି କିମ୍ବା ତାଙ୍କ ପରିବାର ଲୋକଙ୍କୁ କରାଯାଉନି ହସ୍ତାନ୍ତର

ଦୁଇ ସପ୍ତାହ ହେଲାଣି କଟକ ଏସସିବି ମେଡିକାଲରେ ପଡିରହିଛି ବିଦେଶୀଙ୍କ ମୃତଦେହ । ୧୩ ଦିନ ଧରି ମୃତଦେହ ପଡି ରହିଥିଲେ ମଧ୍ୟ ନାଁ ଶବର ସତ୍କାର କରାଯାଉନାହିଁ କିମ୍ବା ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇପାରୁନାହିଁ । ଏକ ସାଇବର ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ୨୦୧୮ରେ ନାଇଜେରିଆର ନ୍ୱାବୁଜେ ଚୁକ୍ୟୁଡି ଭିନସେଂଟଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା ।

୪୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ୩୫ ବର୍ଷିୟ ଭିନସେଂଟଙ୍କୁ ଗିରଫ କରି ପୁରୀ କୋର୍ଟରେ ହଜାର କରିଥିବା କ୍ରାଇମବ୍ରାଞ୍ଚ । ଏବେ ଏହି ମାମଲା ବିଚାରଧୀନ ଥିବା ବେଳେ ପୁରୀ ଜେଲରେ ବିଚାରଧୀନ କଏଦୀ ଭାବେ ଥିଲେ ଭିନସେଂଟ୍ । ଦୁଇ ସପ୍ତାହ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇପଡିଥିଲା । ତାଙ୍କୁ ପ୍ରଥମେ ପୁରୀ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ମେ ୨୬ ତାରିଖରେ ଭିନସେଂଟଙ୍କୁ ମୃତ୍ୟୁ ହୋଇଥିଲା

Leave A Reply

Your email address will not be published.