mobile header

ବହୁବିଧ ଗବେଷଣା ନିମନ୍ତେ ସିଏସ୍‌ଆଇଆର୍ ଫୋର୍ଥ ପାରାଡାଇମ୍ ଅନୁଷ୍ଠାନ ସହ ସୋଆର ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର , ୮/୦୬: ବହୁବିଧ ଗବେଷଣା ନିମନ୍ତେ ବେଙ୍ଗାଲୁରୁ ସ୍ଥିତ ସିଏସ୍‌ଆଇଆର୍ ଫୋର୍ଥ ପାରାଡାଇମ୍‌
ଅନୁଷ୍ଠାନ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ବୁଧବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ଡାଟା ସାଇନ୍ସ ଓ ବହୁବିଧ ଗବେଷଣା ଏବଂ ଇଞ୍ଜିନିୟରିଂ ସାଇନ୍ସ ବିଶେଷ ଭାବରେ ସମାଜରେ ବିଜ୍ଞାନ ଏବଂ
ଇଞ୍ଜିନିୟରିଂର ପ୍ରଭାବ କ୍ଷେତ୍ରରେ ଗବେଷଣା ନେଇ ସିଏସ୍‌ଆଇଆର ଫୋର୍ଥ ପାରାଡାଇମ୍ ଅନୁଷ୍ଠାନ ହେଉଛି ଏକ ପ୍ରମୁଖ
ଅନୁଷ୍ଠାନ ।

ସିଏସ୍‌ଆଇଆର୍ ଫୋର୍ଥ ପାରାଡାଇମ୍ ଅନୁଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ଜି.କେ. ପାତ୍ର ଏବଂ ସୋଆର ପ୍ରୋ-
ଚ୍ୟାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ଏହି ଅବସରରେ ଡକ୍ଟର ପାତ୍ର ଡାଟା ସାଇନ୍ସ କ୍ଷେତ୍ରରେ ଜାରୀ ରହିଥିବା ଅତ୍ୟାଧୁନିକ ଗବେଷଣା ଏବଂ କୃଷି, ସ୍ୱାସ୍ଥ୍ୟ
ସେବା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ ପ୍ରଭୃତିର ବ୍ୟବହାର ନେଇ
ଗୁରୁତ୍ୱାରୋପ କରିଥିଲେ ।
ଆର୍ଥ ଏବଂ ଇଞ୍ଜିନିୟରିଂ ସାଇନ୍ସ କ୍ଷେତ୍ରରେ ଜାରୀ ରହିଥିବା ଗବେଷଣାକୁ ନେଇ ତଥ୍ୟ ଉପସ୍ଥାପନା କରିଥିଲେ
ଅନୁଷ୍ଠାନର ପ୍ରମୁଖ ବୈଜ୍ଞାନିକ ଡକ୍ଟର କେ.ସି. ଗୌଡ ।
ଏହି ଅବସରରେ ଆଇଟିଇଆର୍ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆ ପରିବେଶ ଓ ଜଳବାୟୁ
କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ ଏବଂ ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.