mobile header

ବୌଦ୍ଧ ଜିଲ୍ଲା ପ୍ରଶାସନକୁ ଭେଟିଲେ ସୁନ୍ଦରଗଡ଼ର ବିଶିଷ୍ଟ ଗୋସେବିକା ତାରାକାନ୍ତି ପଟେଲ

ବୌଦ୍ଧ :09/06.ସୁନ୍ଦରଗଡ଼ ଜିଲ୍ଲା ବିଶିଷ୍ଟ ଗୋସେବିକା ତଥା ପରିବେଶବିତ୍ତ ତାରାକାନ୍ତି ପଟେଲ ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ମଥୁରା ପଂଚାୟତ ଦନ୍ତାପାଲି ସ୍ଥିତ ମାହେଶ୍ୱରୀ ଗୋଶାଳା ପରିଦର୍ଶନ କରିଥିଲେ l ଗୋଶାଳାର ଭିତିଭୂମି ବିକାଶ ନିମନ୍ତେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରକଳ୍ପ ନିର୍ଦ୍ଧେଶକ ଅଶ୍ୱିନୀ କୁମାର ମେହେର, ପ୍ରକଳ୍ପ ନିର୍ଦ୍ଦେଶକ, ଜୀବିକା ମିଶନଙ୍କୁ ଭେଟି ଗୋଶାଳାରେ ଗୁହାଳ, ଘାସ ଚାଷ, ପାନୀୟ ଜଳ, ଆଲୋକୀକରଣ, ବୃକ୍ଷ ରୋପଣ କରିବା ପାଇଁ ପ୍ରସ୍ତବ ରଖିଥିଲେ l ପ୍ରଥମ ଦିନ ଅପରାହ୍ନରେ ଖଲିଆବଗିଚା ସ୍ଥିତ ଅଧ୍ୟାପକ ପ୍ରବୀର ଦାସଙ୍କ ବାସଭବନରେ ମହିଳା ମାନଙ୍କୁ ସ୍ୱାବଳମ୍ବି କରିବା ନିମନ୍ତେ ଗାଈ ଗୋବର ଓ ଗୋମୂତ୍ରରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି କରିବା ପାଇଁ ତାଲିମ ପ୍ରଦାନ କରିଥିଲେ l ପ୍ରତ୍ୟେକ ଗ୍ରାମରେ 16ଜଣ ମହିଳାଙ୍କୁ ନେଇ ଉତ୍ପାଦକ ଗ୍ରୁପ ଗଠନ କରି ଗୋବରରୁ ଦୀପ, ଧୂପକାଠି, ମଶା ଧୂପ, ସାବୁନ, ଦନ୍ତ ମଞ୍ଜନ,ଫୁଳ ଗାମଳା,ସବ କାଠ, ଇଟା, ବିଭିନ୍ନ ମୂର୍ତ୍ତି, ଗୋବର ଗ୍ୟାସ, କମ୍ପୋଷ୍ଟ ଓ ଗୋମୂତ୍ର ରୁ ଅର୍କ, ଫିନାଇଲ, ଜିବା ମୃତ ଇତ୍ୟାଦି ପ୍ରସ୍ତୁତି କରିବା ପାଇଁ ସୂଚନା ପ୍ରଦାନ କରିଥିଲେ l ଦ୍ୱିତୀୟ ଦିବସରେ ଗୋଶାଳାରେ ଗୋପୂଜନ ଓ କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା ଗୃହରେ ଯୋଗଦାନ କରି ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନାରେ ଭାଗ ନେଇ ମିଶନ ଶକ୍ତି ମାଧ୍ୟମରେ ସମସ୍ତ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରସ୍ତବ ରଖିଥିଲେ l ଗୋଟିଏ ଦେଶୀ ଗାଈରୁ ମାସିକ 10 ହଜାରରୁ ଅଧିକ ଆୟ କରି ପାରିବାର ଉପାୟ ବାତାଇ ଥିଲେ l ଶ୍ରୀମତୀ ପଟେଲ ସାରା ଦେଶରେ ବିଷ ମୁକ୍ତ ଖାଦ୍ୟ ଓ ଋଣ ମୁକ୍ତ ଚାଷୀ ବାର୍ତ୍ତା ସହିତ ଗୋମାତା, ମାଟି ମା ଓ ଜନ୍ମ କଳା ମା କୁ ବଂଚେଇବା ନେଇ କାର୍ଯ୍ୟ ଜାରି ରଖିଥିବାବେଳେ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ରେ ପରିବେଶବିତ୍ତ ପ୍ରବୀର କୁମାର ଦାସ,ମାହେଶ୍ୱରୀ ଗୋଶାଳାର ଅଧକ୍ଷ ନିର୍ଗୁଣ ମହାକୁଡ଼ ଓ ସମ୍ପାଦକ କୃତ୍ତିବାସ ପଲିଆ ସାମିଲ ହୋଇ ପୂର୍ଣ୍ଣ ସହଯୋଗ ନିମନ୍ତେ ପ୍ରତିଶୃତି ଦେଇଥିଲେ l

Leave A Reply

Your email address will not be published.