mobile header

ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ

ପଡିଆ :- ଜାତୀୟ ରାଜପଥ କଢର ମୂଲ୍ୟ ବାନ ସରକାରୀ ଜମି ଜବରଦଖଲ କୁ କେନ୍ଦ୍ର କରି ଉତ୍ୟକ୍ତ ଲୋକେ ଆଜି ସକାଳେ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ଏବଂ ତହସିଲଦାର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସମସ୍ତେ ରାସ୍ତାରୁ ହଟିଯାଇ ଥିଲେ । ତେବେ ଘଟଣାରୁ ଜଣାପଡିଛି ଯେ କାଲିମେଳା ତହସିଲ ଜାକଲଗୁଣ୍ଡି ମୈଜା ଅନ୍ତର୍ଗତ ଏମ୍ ଭି-୧୨୬ ଗ୍ରାମର ୩୨୬ ଜାତୀୟ ରାଜପଥ କଡ଼ରେ ରହିଛି ମୂଲ୍ୟବାନ ସରକାରୀ ଜମି । ଏହି ଜମି ଉପରେ ଏମ୍ ଭି-୧୨୬ ଓ ଏମ୍ ଭି-୩୬ ଗ୍ରାମ ର କେତେକ ବେଙ୍ଗଲୀ ଲୋକେ ଜବରଦଖଲ କରି ବସବାସ କରୁଥିବା ବେଳେ ତେଲାରାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାକଲଗୁଣ୍ଡି ଗ୍ରାମ ର ଆଦିବାସୀ ଲୋକେ ଆମ ଗାଁ ଲୋକଙ୍କ ଦଖଲରେ ଅଛି ବୋଲି ଦାବି କରୁଛନ୍ତି । ତାଛଡା ଏହି ସରକାରୀ ଜମି କୁ ଲାଗି ରହିଥିବା ପଞ୍ଚାୟତ ପୋଖରୀ ମଧ୍ୟ ଆମ ଜାକଲଗୁଣ୍ଡି ଗ୍ରାମ ଅଧିନରେ ରହିଅଛି ବୋଲି ମଧ୍ୟ ଦାବି କରିଛନ୍ତି । ଏହି ସରକାରୀ ଜମି ଉପରେ ଜାକଲଗୁଣ୍ଡି ଗାଁ ଲୋକେ ନଜର ରଖିଥିବା ବେଳେ ବିଗତ ଦୁଇ ବର୍ଷ ତଳେ ଏମ୍ ଭି-୧୨୬ ଗ୍ରାମର କେତେକ ବେଙ୍ଗଲୀ ଲୋକ ଏଠାରେ ଘର ନିର୍ମାଣ କରିବା ଆରମ୍ଭ କରିଥିଲେ । ଏହା ର ବିରୋଧ କରି ଜାକଲଗୁଣ୍ଡି ଗ୍ରାମ ର ଆଦିବାସୀ ଲୋକେ ସଂପୁକ୍ତ ରାଜସ୍ୱ ନିରୀକ୍ଷକ କର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । କିନ୍ତୁ ଏହାର କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଜଣାପଡିଛି ।ଏହାକୁ କେନ୍ଦ୍ରକରି ଗତ ଶନିବାର ଦିନ ସକାଳେ ଶତାଧିକ ଆଦିବାସୀ ଲୋକେ ଆସି ଏହି ଜମି ଖାଲି କରବୋଲି ହୋହାଲ୍ଲା କରିବା ସହିତ ନିର୍ମାଣ କରିଥିବା ଘର ଆଗରେ ଲାଲ୍ କପଡ଼ା ଲଗାଇ ଚାଲିଯାଇଥିଲେ । ଏମାନେ ଚାଲିଯିବା ପରେ ସ୍ଥାନୀୟ ବେଙ୍ଗଲୀ ଗୋଷ୍ଟି ଏହାର ସୁ ସମାଧାନ ପାଇଁ ଏକ ବୈଠକ ଏମ୍ ଭି-୧୨୬ ଠାରେ ଅନୁଷ୍ଠିତ କରିଥିବା ଜଣାପଡିଛି । ଶତାଧିକ ଆଦିବାସୀ ଗୋଷ୍ଠୀ ପୁଣି ଆଜି ସକାଳେ ଆସି ଜମି ଖାଲି କର ବୋଲି ହୋହାଲ୍ଲା କରିବା ସହିତ ନିର୍ମାଣ କରିଥିବା ଘର ଆଗରେ ବଲି ପୋତି ତାରବାଡ ଲଗାଇଥିଲେ । ଏହି ତାରବାଡ ଲଗାଇବା କୁ ବିରୋଧକରି ସ୍ଥାନୀୟ ଶତାଧିକ ବେଙ୍ଗଲୀ ଗୋଷ୍ଠୀ ଉତ୍ତେଜିତ ହୋଇ ୩୨୬ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ରାଜପଥ ର ଉଭୟ ପାଶ୍ୱର୍ରେ ଯାନବାହାନ ଅଟକି ରହିଥିଲା । ଖବର ପାଇ ଏମ୍ ଭି-୭୯ ଥାନା ଭାରପ୍ରାପ୍ତ ଅଧିକାରୀ ମୁକୁନ୍ଦ ମେଲକା ସହିତ ଏକ ପୁଲିସ ଟିମ୍ ଏବଂ କାଲିମେଳା ତହସିଲଦାର ଦୁର୍ଗା ପ୍ରସାଦ ଦୋରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏବଂ ଉଭୟ ଗୋଷ୍ଠୀ ଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ କୁ ଏବଂ ତାର ବାଡ଼ କୁ ହଟାଇ ଥିଲେ । ୩ ଘଣ୍ଟା ପରେ ଯାନବାହାନ ଚଳାଚଳ ଆରମ୍ଭ ହୋଇଥିଲା । ଉକ୍ତ ସରକାରୀ ଜମି ଜବରଦଖଲ ଅଭିଯୋଗ କୁ ପ୍ରଶାସନ କୋୖଣସି ପଦକ୍ଷେପ ଗ୍ରହଣ କରିନଥିବା ସ୍ଥଳେ ଉଭୟ ଆଦିବାସୀ ଓ ବେଙ୍ଗଲୀ ଗୋଷ୍ଠୀ, ତହସିଲଦାର, ଥାନା ଅଧିକାରୀ କାଲିମେଳା ସମିତି ସଭା କକ୍ଷରେ ଏକାଠି ହୋଇଥିଲେ । ଏବଂ ଆସନ୍ତା ରବିବାର ଦିନ ଏମ୍ ଭି-୧୨୬ ଠାରେ ଉଭୟ ଗୋଷ୍ଠୀ ,ସ୍ଥାନୀୟ ନେତା, ବୁଦ୍ଧିଜୀବୀ ମିଳିତରେ ଏକ ବୈଠକ ଅନୁଷ୍ଠିତ କରି ଏହାର ସମାଧାନ କରିବାକୁ ନିଷ୍ପୋତି ନିଆଯାଇ ଥିଲା ।

Leave A Reply

Your email address will not be published.