mobile header

ବହୁ ଚର୍ଚିତ ଆଦର୍ଶ ପଂଚାୟତ ରେ ପାନୀୟଜଳ ର ଅବ୍ୟବସ୍ଥା….ମନମାନି ରେ କାମକରୁଛନ୍ତି ACM କର୍ମଚାରୀ….ନଳକୂପ ସଜାଡ଼ିଲେ ଜନସାଧାରଣ ଙ୍କୁ ଦେବାକୁପଡିବ 200ଟଙ୍କା…..

ହରଭଙ୍ଗା :09/06. ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପାନୀୟଜଳ ଅବ୍ୟବସ୍ଥା ପାଇଁ ସଦାସର୍ବଦା ଚର୍ଚ୍ଚାର ବିଷୟ ପାଲଟିଛି!ପରିମଳ ବିଭାଗ ର କର୍ମଚାରୀ ଙ୍କ ମନମାନି ଯୋଗୁଁ ପାଣିଟୋପାଏ ପାଇବାପାଇଁ ଜନସାଧାରଣ ଡହକ ବିକଳ ହେଉଛନ୍ତି!ଘଟଣା ଟି ଘଟିଛି ହରଭଙ୍ଗା ବ୍ଲକ ର ଆଦର୍ଶ ପଂଚାୟତ ଲୁଣିବାହାଲ ଅନ୍ତର୍ଗତ ତାଳପଦର ଗ୍ରାମରେ!ଗ୍ରାମରେ 40ଟି ପରିବାର ଥିବାବେଳେ ଗ୍ରାମରେ ଥିବା ନଳକୂଅ ଟି 4ଦିନହେଲା ଅଚଳ ଅବସ୍ଥା ରେ ପଡ଼ିରହିଛି!ଏପଟେ ବ୍ଲକ ରେ ତାପମାତ୍ରା 40ଡିଗ୍ରୀ ରୁ କମୁନି!ଗରମ ସହିତ ଭୀଷଣ ଗୁଳୁଗୁଳି ଜନସାଧାରଣ ଙ୍କୁ ଅସ୍ତ ବ୍ୟସ୍ତ କରିଦେଉଛି!ପରିମଳ ବିଭାଗ ତରଫରୁ ନଳକୂପ ଟି ନୂତନ ଭାବରେ ଚାନ୍ଦନି, ପାଣି ଟେଙ୍କ ପାଇଁ ବିଭାଗୀୟ ତରଫରୁ 16000ଟଙ୍କା ଖର୍ଚ୍ଚ ରେ ମରାମତି କରାଯାଇଛି, କିନ୍ତୁ ପାଣି ବୁନ୍ଦାଏ ବି ବାହାରୁନି!ଗ୍ରାମବାସୀ ପଂଚାୟତ ର ACM କର୍ମଚାରୀ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ କିନ୍ତୁ ACM କର୍ମଚାରୀ ମାନେ ସିଧା ସଳଖ ଗ୍ରାମବାସୀଙ୍କୁ 200ଟଙ୍କା ଦେଲେ ନଳକୂପ ସଜାଡ଼ିବୁ ନ ହେଲେ ଯାହାପାଖରେ ଅଭିଯୋଗ କରୁଛ କରନ୍ତୁ ବୋଲି ଉତ୍ତର ଦେଇଥିଲେ!ସୂଚନା ମୁତାବକ ଏହି ପଂଚାୟତ ରେ ଦୁଇଜଣ ACM କର୍ମଚାରୀ ଅଛନ୍ତି!ଏହି କର୍ମଚାରୀ ଦୁଇଜଣ ଏମିତିକି ପଂଚାୟତ ର ସରପଞ୍ଚ ଙ୍କ କଥା କୁ ମଧ୍ୟରେ ଅମାନ୍ୟ କରୁଛନ୍ତି!ଗ୍ରାମବାସୀ ଏହିବିଷୟରେ ବ୍ଲକ ପରିମଳ ବିଭାଗ, ପଂଚାୟତ ସରପଞ୍ଚ ଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ 4ଦିନହେଲାଣି ପିଇବା ପାଣିରୁ ପଞ୍ଚିତ ଗ୍ରାମବାସୀ!ଏଣୁ ବ୍ଲକ ପ୍ରଶାସନ ଏହାଉପରେ ଦୃଷ୍ଟି ଦେଇ ଅଚଳ ଥିବା ନଳକୂପ କୁ ମରାମତି କରିବା ସହିତ ମନମାନି ଓ ଲlଞ୍ଚ ମାଗୁଥିବା ACM କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି!

Leave A Reply

Your email address will not be published.