mobile header

ଏନଏଚଏଆଇର ବିଶ୍ୱ ରେକର୍ଡ : ୧୦୫ ଘଣ୍ଟାରେ ତିଆରି ହେଲା ୭୫ କି.ମିର ରାସ୍ତା

୧୦୫ ଘଣ୍ଟାରେ ବନିଲା ୭୫ କିଲୋମିଟରର ରାଜପଥ । ମହାରାଷ୍ଟ୍ରର ଅମରାବତୀରୁ ଅକୋଲା ଯାଏଁ ତିଆରି ହୋଇଥିବା ଏହି ରାସ୍ତା ଗିନିଜ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଭାରତୀୟ ରାଜପଥ ପ୍ରାଧିକରଣ, ଏନଏଏଚଆଇ ଦ୍ୱାରା ମାତ୍ର ୧୦୫ ଘଣ୍ଟା ୩୩ ମିନିଟରେ ଏହି ରାଜପଥ ନିର୍ମାଣ କରାଯାଇଛି । ଏହି ସିଙ୍ଗଲ ନେଲ ପିଚୁରାସ୍ତା ୩୭.୫ କିଲୋମିଟରର ଦୁଇ ଲେନ ବିଶିଷ୍ଟ ପେଭଡ ସୋଲଡର ରୋଡ ସହ ସମାନ ବୋଲି ଗଡକରୀ ଟ୍ୱିଟ କରିଛନ୍ତି ।କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ଜୁନ ୩ ପୂର୍ବାହ୍ନ ୭ଟା ୨୭ରେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇ ଜୁନ ୭ ଅପରାହ୍ନ ୫ଟାରେ ଶେଷ ହୋଇଥିଲା । ଏଥିରେ କାମରେ ୮୦୦ କର୍ମଚାରୀ ଓ ୭ ଶହରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ । ଅମରାବାତୀ-ଅକୋଲା ରାଜପଥ ଏନଏଚ-୫୩ର ଅଂଶ । ଏହା କୋଲକାତା, ରାୟପୁର, ନାଗପୁର ସୁରଟ ଭଳି ପ୍ରମୁଖ ସହରକୁ ଯୋଡିଥାଏ । ଅମରାବତୀର ଏହି ରାସ୍ତା ୧୦ ବର୍ଷ ହେଲା ଖରାପ ଅବସ୍ଥାରେ ରହିଥିଲା ।ଏହି ରାସ୍ତାରେ ନିର୍ମାଣ କାମ ୩ଟି କମ୍ପାନୀକୁ ଦିଆଯାଇଥିଲା । କିନ୍ତ ଏବେ ଏହି ରାସ୍ତା ବନି ନୂଆ ରେକର୍ଡ ହୋଇଛି । ରାଜପଥ ଇନଫ୍ରାକନ କମ୍ପାନୀ ପକ୍ଷରୁ ଏହାର ନିର୍ମାଣ କରାଯାଇଛି । ଏହି କମ୍ପାନୀ ପୂର୍ବରୁ କାତାରର ରାଜଧାନୀ ଦୋହାରେ ୨୫ କିଲୋମିଟରର ଏକ୍ସପ୍ରେସ ୱେକୁ ୨୪୨ ଘଣ୍ଟାରେ ତିଆରି କରି ନୂଆ ରେକର୍ଡ କରିଥିଲା ।

Leave A Reply

Your email address will not be published.