xmas

ଫେରାର ହେବାର ୬ ବର୍ଷ ପରେ ଗିରଫ ହେଲେ ପୂର୍ବତନ ନାଜିର

ଭୁବନେଶ୍ବର: ଯାଜପୁର ତହସିଲର ପୂର୍ବତନ ନାଜିର ରଜତ ରାଉତରାୟ ୬ ବର୍ଷ ପରେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ତାଙ୍କ ନାଁରେ ୪ କୋଟି ୯୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ରହିଛି। ଶ୍ରୀ ରାଉତରାୟ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଧରାପଡ଼ିପାରନ୍ତି ବୋଲି ଆଶା କରାଯାଉଛି।ସୂଚନାଯୋଗ୍ୟ, ୨୦୦୬ରୁ ୨୦୧୬ ମସିହା ଭିତରେ ଯାଜପୁର ତହସିଲରେ ସୈରାତ ନିଲାମ ଅର୍ଥ, ଜରୁରୀକାଳୀନ ବିଭାଗର ସହାୟତା ରାଶି ଓ ଖଜଣା ଅର୍ଥ ଦୁର୍ନୀତି ହୋଇଥିଲା। ମୋଟ୍‌ ୪ କୋଟି ୯୫ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିଲା। ସ୍ବତନ୍ତ୍ର ଭାବେ ରାଜସ୍ବ ଅଡିଟ୍‌ ବେଳେ ଏହି ଜାଲିଆତି ଧରା ପଡ଼ିଥିଲା। ୧୦ ବର୍ଷ ଭିତରେ ତହସିଲରେ କାର୍ଯ୍ୟରତ ୭ ଜଣ ତହସିଲ୍‌ଦାର, କ୍ୟାସିୟର, କିରାଣୀ ଓ ନାଜିର ରଜତ ରାଉତରାୟଙ୍କୁ ମିଶାଇ ୧୨ ଜଣ ଏହି ଦୁର୍ନୀତିରେ ଲିପ୍ତ ଥିବା ସ୍ପଷ୍ଟ ହୋଇଥିଲା। ନାଜିର ରଜତ ରାଉତରାୟ ଏହି ଦୁର୍ନୀତର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଥିଲା। ଏହି ମାମଲାରେ ସମସ୍ତଙ୍କୁ ନୋଟିସ୍‌ ହୋଇଥିବା ଓ ରଜତକୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। କିନ୍ତୁ ଦୁର୍ନୀତି ଟଙ୍କା ଫେରାଇଲେ ପୁଣି ଥରେ ଚାକିରି ଫେରିପାଇବ ବୋଲି ତାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ତେବେ ରଜତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମାଧ୍ୟମରେ ମାତ୍ର ୪୦ରୁ ୫୦ ଲକ୍ଷ ଟଙ୍କା ଫେରାଇ ଚମ୍ପଟ ମାରିଥିଲେ।

Leave A Reply

Your email address will not be published.