mobile header

ପୋଲିସ କବଜାରେ ଲୁଟେରା ମାମୁଁ ଭଣଜା
୨ ବାଇକ ସହ ଟଙ୍କା ଜବତ

Khuntia…

ସ୍ପଷ୍ଟ ଦିବାଲୋକରେ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରୁ ବାଇକ ଡ଼ିକି ଭାଙ୍ଗି ଟଙ୍କା ଲୁଟିନେଇଥିବା ୨ ଲୁଟେରାଙ୍କୁ ଗିରଫ କରିଛି କପ୍ତିପଦା ପୋଲିସ i ଦୁଇ ଲୁଟେରାକୁ ରାଇରଙ୍ଗପୁର ଅଞ୍ଚଳରୁ ଗିରଫ କରିଛି କପ୍ତିପଦା ପୋଲିସ । ଗିରଫ ଦୁଇ ଲୁଟେରା ସମ୍ପର୍କରେ ମାମୁଁ ଏବଂ ଭଣଜା । ଗିରଫ ଦୁଇ ଜଣ ହେଲେ ଯାଜପୁର ଅଞ୍ଚଳର ଶିବ ପ୍ରଧାନ ଏବଂ ଗଞ୍ଜାମ ଆସ୍କା ଅଞ୍ଚଳର ଏ ଚକ୍ରବର୍ତ୍ତୀ ବୋଲି ଜଣାପଡ଼ିଛି । ଏହି ମାମୁଁ ଭଣଜା ଗତ ୭ ତାରିଖ ଦିନ କପ୍ତିପଦା ମୁଖ୍ୟ ବଜାରରେ ଗେଣ୍ଡାଗଡିଆ ଗ୍ରାମର ସୁରେନ୍ଦ୍ର ପାତ୍ରଙ୍କ ଗାଡି ଡ଼ିକି ଭାଙ୍ଗି ସ୍ପଷ୍ଟ ଦିବାଲୋକରେ ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟିନେଇଥିଲେ । ଏ ନେଇ କପ୍ତିପଦା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗୁରୁବାର ସନ୍ଧ୍ୟା ସମୟରେ ଦୁଇ ଲୁଟେରା ରାଇରଙ୍ଗପୁର ଅଞ୍ଚଳରେ ବୁଲୁଥିବା ସୁଚନା ପାଇଥିଲା ପୋଲିସ । ଏବଂ ପୋଲିସ ସେମାନଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସହିତ ଥିବା ଅନ୍ୟ ଦୁଇ ଜଣ ଯୁବକ ପୋଲିସକୁ ଦେଖି ସେଠାରୁ ଖସି ଯାଇଥିଲେ । ପୋଲିସ ମାମୁଁ ଏବଂ ଭଣଜା ପାଖରୁ ଲୁଟ ହୋଇଥିବା ଦେଢ଼ ଲକ୍ଷ ଟଙ୍କା ଜବତ କରିବା ସହିତ ଦୁଇ ଗୋଟି ବାଇକ ମଧ୍ୟ ଜବତ କରିଛି | ଏହା ସହିତ ମୟୁରଭଞ୍ଜ ଜିଲ୍ଲା ଏବଂ ଅନ୍ୟ ଜିଲ୍ଲା ମାନଙ୍କରେ ହୋଇଥିବା ଲୁଟରେ ଏହି ଦୁଇ ଜଣଙ୍କର ସମ୍ପୃକ୍ତି ରହିଛି କି ନାହିଁ କିମ୍ବା କୌଣସି ରାକେଟ ରହିଛି ସେ ସମ୍ପର୍କରେ ଅଧିକ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.