mobile header

ଅଧା ହୋଇଗଲା ଲୁହା ରଡର ମୂଲ୍ୟ: ସିମେଣ୍ଟ-ବାଲି ବି ଶସ୍ତା

ନୂଆଦିଲ୍ଲୀ: ସାମଗ୍ରୀର ଦରଦାମ୍ ବୃଦ୍ଧି ଓ ଲୋନ୍ ଉପରେ ସୁଧ ଦ୍ୱିଗୁଣିତ ହେବାରୁ ଲୋକମାନେ ଚିନ୍ତାରେ ଅଛନ୍ତି । କିନ୍ତୁ ଏହାରି ମଧ୍ୟରେ ଲୋକମାନଙ୍କ ପାଇଁ ରହିଛି ଏକ ଆରାମଦାୟକ ଖବର, ଯାହାଦ୍ୱାରା ଘର ତିଆରି କରିବାର ସ୍ୱପ୍ନ ପୂରଣ ହୋଇପାରିବ ।

କିଛି ମାସ ପୂର୍ବେ ଗୃହ ନିର୍ମାଣରେ ବ୍ୟବହୃତ ହେଉଥିବା ପ୍ରମୁଖ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ଥିବା ବେଳେ ଆଜିର ସମୟରେ ତାହାର ଦାମ୍ ହ୍ରାସ ପାଇଛି । କେବଳ ଲୁହା ରଡ ବିଷୟରେ କହିବାକୁ ଗଲେ ୨/୩ ମାସ ଭିତରେ ଏହାର ରେଟ୍ ଅଧା ହୋଇଛି । ଚଳିତ ସପ୍ତାହରେ ଲୁହା ରଡ୍ ଟନ୍ ପିଛା ୧,୧୦୦ ଟଙ୍କା ଶସ୍ତା ହୋଇଛି । ଏହା ବ୍ୟତୀତ ସିମେଣ୍ଟ, ଇଟା ଓ ବାଲିର ଦାମ୍ ବି କମିଯାଇଛି ।

ଏବେ ଘର ନିର୍ମାଣରେ ଯେଉଁ ଡିଜାଇନ୍ ବ୍ୟବହୃତ ହେଉଛି, ସେଥିରେ ଲୁହା ରଡ୍, ସିମେଣ୍ଟ, ବାଲି ଏବଂ ଇଟା ଅଧିକ ମାତ୍ରାରେ ବ୍ୟବହୃତ ହେଉଛି । ଆଜିକାଲି ଘର ନିର୍ମାଣରେ ଫ୍ରେମ୍ ଷ୍ଟ୍ରକ୍ଚର ବ୍ୟବହୃତ ହେଉଛି । ପୁରାତନ କାଳରେ ଲୋଡ ବିଅରିଂ ଷ୍ଟ୍ରକ୍ଚରରେ ଘର ନିର୍ମାଣ କରାଯାଉଥିଲା । ପୁରୁଣା ଷ୍ଟକ୍ଚରରେ ପିଲର, ବିମ୍ ଇତ୍ୟାଦି ନଥିଲା ।

ତେବେ ଘରଗୁଡ଼ିକର ଛାତ, ବିମ୍ ବା ପିଲର ଆତି ତିଆରି ପାଇଁ ଲୁହା ରଡଗୁଡ଼ିକୁ ବହୁଳ ଭାବେ ବ୍ୟବହାର କରାଯାଏ । ୨ ମାସ ପୂବେ ଅର୍ଥାତ୍ ୨୦୨୨ ମାର୍ଚ୍ଚରେ ଏହାର ଦାମ୍ ଆକାଶ ଛୁଆଁ ହୋଇଥିଲା । ମାର୍ଚ୍ଚରେ କିଛି ସ୍ଥାନରେ ଲୁହା ରଡ ଟନ୍ ପିଛା ୮୫ ହଜାର ଟଙ୍କାରେ ପହଞ୍ଚିଥିଲା । ଏବେ ଏହା ଅନେକ ସ୍ଥାନରେ ଟନ୍ ପିଛା ୪୪ ହଜାର ଟଙ୍କା ଖସି ଆସିଛି । ତେବେ ସରକାର ନିକଟରେ ଷ୍ଟିଲ୍ ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କରିଛନ୍ତି । ଏହି କାରଣରୁ ଘରୋଇ ବଜାରରେ ଷ୍ଟିଲ୍ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଛି । ଲୁହା ରଡ୍ କମ୍ ହେବାର ଏହା ମଧ୍ୟ ମୁଖ୍ୟ କାରଣ ।

ନଭେମ୍ବର ୨୦୨୧- ୭୦,୦୦୦ ଟଙ୍କା
ଡିସେମ୍ବର ୨୦୨୧- ୭୫,୦୦୦
ଜାନୁଆରୀ ୨୦୨୨ – ୭୮,୦୦୦ ଟଙ୍କା
ଫେବୃଆରୀ ୨୦୨୨-୮୨,୦୦୦ ଟଙ୍କା
ମାର୍ଚ୍ଚ ୨୦୨୨- ୮୩,୦୦୦ ଟଙ୍କା
ଏପ୍ରିଲ ୨୦୨୨- ୭୮,୦୦୦ ଟଙ୍କା
ମେ ୨୦୨୨- ୭୧,୦୦୦ ଟଙ୍କା
ମେ ୨୦୨୨(ଶେଷ ସପ୍ତାହ)- ୬୨-୬୩,୦୦୦ ଟଙ୍କା
ଜୁନ୍ ୨୦୨୨- ୪୮-୫୦,୦୦୦ ଟଙ୍କା

ଲୁହା ରଡ୍ ରେଟ୍ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଟନ୍ ପିଛା ୪୪,୨୦୦ ଟଙ୍କା ଥିବା ବେଳେ ଓଡିଶାର ରାଉରକେଲାରେ ଏହା ୪୯,୦୦୦ ଟଙ୍କା ହୋଇଛି । ସେହିପରି ଟନ୍ ପିଛା ଛତିଶଗଡ଼ରେ ୪୮,୫୦୦, ମହାରାଷ୍ଟ୍ରରେ ୫୦,୫୦୦, ତେଲେଙ୍ଗାନାରେ ୫୨,୦୦୦, ରାଜସ୍ଥାନରେ ୫୨,୭୦୦, ଉତ୍ତରପ୍ରଦେଶରେ ୫୩,୦୦୦, ମଧ୍ୟପ୍ରଦେଶରେ ୫୩,୫୦୦, ପଞ୍ଜାବରେ ୫୪,୩୦୦, ତାମିଲନାଡୁରେ ୫୫,୦୦୦, ଦିଲ୍ଲୀରେ ୫୫,୦୦୦, ଗୋଆରେ ୫୩,୮୦୦ ଟଙ୍କା ରହିଛି ।

Leave A Reply

Your email address will not be published.