mobile header

କେନ୍ଦ୍ରୀୟ କର୍ମକର୍ତ୍ତା ଙ୍କ ଦ୍ବାରା ଆଇଟିଡିଏ ବାରିପଦାଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା।

୧୧-୦୬-୨୦୨୨ ଆଦିବାସୀ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଏକ ତିନି ଜଣିଆ ପ୍ରତିନିଧି ଦଳ ବାରିପଦା ଗସ୍ତରେ ଆସି ଆଇଟିଡିଏ ବାରିପଦାଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଯଥା ମିଶନ ଜୀବିକା ଓ ମିଶନ ସୁବିଦ୍ୟା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଉକ୍ତ କେନ୍ଦ୍ରୀୟ ପ୍ରତିନିଧି ଦଳରେଆଦିବାସୀ ମନ୍ତ୍ରଣାଳୟର ଉପ ସଚିବ ଶ୍ରୀଯୁକ୍ତ ମନୋଜ କୁମାର ସିଂ, ଯୁଗ୍ମ କମିଶନରNEST ଶ୍ରୀ ବିପିନ ଚନ୍ଦ୍ର ରାତୂରୀ ଓ ଶ୍ରୀ ପ୍ରମୋଦ କୁମାର ଅଗ୍ରୱାଲା, ପରାମର୍ଶ ଦାତାNEST ପ୍ରମୁଖ ଯୋଗ ଦେଇ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଆଦିବାସୀଓ ହରିଜନ ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ ତରଫରୁ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଫାଇନାନ୍ସ ମ୍ୟାନେଜର ଓ ମାନ୍ୟବର କେନ୍ଦ୍ର ମନ୍ତ୍ରୀ, ଆଦିବାସୀ ଓ ଜଳ ଶକ୍ତି ମନ୍ତ୍ରଣାଳୟ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁଙ୍କ ପ୍ରତିନିଧ୍ ଭାବେ ଶ୍ରୀ ହେମନ୍ତ କୁମାର ଶାହା ଯୋଗ ଦେଇଥିଲେ । ଆଇଟିଡିଏ ବାରିପଦା ର ପ୍ରକଳ୍ପ ପ୍ରଶାସକ ଶ୍ରୀ ବସନ୍ତ କୁମାରସେଠୀ, ସ୍ବତନ୍ତ୍ର ଅଧିକାରିଣୀ ଶ୍ରୀମତୀ ବିଦ୍ୟୁତଲତା ମହାପାତ୍ର, ସହକାରୀ ଅଧ୍ୟକ୍ଷଣ ଯନ୍ତ୍ରୀଶ୍ରୀ ଗଣପତି ଜେନା, ପ୍ରକଳ୍ପ ପରିଚାଳକ ଶ୍ରୀ ଗଙ୍ଗାଧର ପ୍ରଧାନ, ବିଷୟବସ୍ତୁ ବିଶେଷଜ୍ଞ ଶ୍ରୀଅମରେଶ ଚନ୍ଦ୍ର ବେହେରା, ସମସ୍ତ ଜୀବିକା ବିଶେଷଜ୍ଞ, FRA ଜିଲ୍ଲା ସଂଯୋଜକ ଶ୍ରୀପ୍ରଶାନ୍ତ ରାୟ ଉପସ୍ଥିତ ରହି ସମୀକ୍ଷାରେ ଭାଗ ନେଇଥିଲେ । କିନ୍ତୁ ଉକ୍ତ ସମୀକ୍ଷାବୈଠକରେ କେନ୍ଦ୍ରୀୟ ପ୍ରତିନିଧୂ ମାନଙ୍କ ସହିତ ବାରିପଦାର ଜୈନିକ ବ୍ୟବସାୟୀଙ୍କଉପସ୍ଥିତି ଓ କାଗଜପତ୍ର ତନଖ୍ ସମୟରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରି ସରକାରୀ ଅଧିକାରୀ ମାନଙ୍କ ମନୋବଳକୁ ଦୁର୍ବଳ କରିବା ଲକ୍ଷ୍ୟ କରଯାଇଥିଲା।ଯାହାକି ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଏଭଳି ସମୀକ୍ଷା କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.