mobile header

ମାଓବାଦୀ ବିସ୍ଫୋରଣ ଉଦ୍ୟମ ଯୋଜନା ପଣ୍ଡ ।

କାଲିମେଳା ତା ୧୧/୬ ମାଲକାନଗିରି ସୀମାନ୍ତ ଛତିଶଗଡ ର ବିଜାପୁର ଜିଲ୍ଲାର ଗୋରନା ଓ ମନକେଲ୍ ମାର୍ଗରେ ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ମାଓବାଦୀ ଦ୍ୱାରା ଆଇଇଡି ଖଞ୍ଜା ଯାଇଥିଲା l ମାଓବାଦୀଙ୍କ ଏହି ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ l ମିଳିଥିବା ସୂଚନା ଅନୁଯାଇ ମାଲକାନଗିରି ସୀମାନ୍ତ ରାଜ୍ୟ ଛତିଶଗଡର ବିଜାପୁର ଜିଲ୍ଲାର ଡିଆରଜି ଓ ଜିଲ୍ଲା ପୋଲିସ ବଳ ବିଜାପୁର ଥାନା ଅଞ୍ଚଳର ଗୋରନା ଓ ମନକେଲି ମାର୍ଗରେ ଏରିଆ ଡୋମିନେସନ କରିବା ସମୟରେ ପାଞ୍ଚ ସାନ୍ଦିଗ୍ଧ ଲୋକ ସୁରକ୍ଷାକର୍ମୀଙ୍କୁ ଦେଖି ଘଞ୍ଚ ଜଙ୍ଗଲ ଆଡ଼ରେ ଲୁଚି ପଳାଇଥିଲେ l ଏହା ପରେ ଡିଆରଜି ଟିମ ଦ୍ୱାରା ଉକ୍ତ ସ୍ଥାନରେ ସର୍ଚିଙ୍ଗ କରିବା ବେଳେ ଏକ ତିନି କିଲୋ ବିଶିଷ୍ଟ ଟିଫିନ ବୋମା ଉଦ୍ଧାର କରିଥିଲେ ପରେ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ଟିଫିନ ବୋମାଟି କୁ ନିଷ୍କ୍ରିୟ କରିଥିଲେ l

Leave A Reply

Your email address will not be published.