ହରିୟାଣାର ପଞ୍ଚକୁଲାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ହକିରେ ଓଡ଼ିଶାକୁ ରୌପ୍ୟ ଓ କାଂସ୍ୟ ପଦକ ମିଳିଛି। ଓଡ଼ିଶା ମହିଳା ଦଳ ରୌପ୍ୟ ଓ ପୁରୁଷ ଦଳ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ମହିଳା ବିଭାଗ ଫାଇନାଲରେ ଓଡ଼ିଶା ୧-୪ ଗୋଲରେ ହରିୟାଣା ନିକଟରୁ ପରାଜିତ ହୋଇଛି। ଓଡ଼ିଶା ପକ୍ଷରୁ ସୁନିଲିତା ଟପ୍ପୋ ୪୫ ମିନିଟ୍ରେ ଏକମାତ୍ର ଗୋଲ ଦେଇଥିଲେ।କାଂସ୍ୟ ବିଜୟୀ ଓଡ଼ିଶା ପୁରୁଷ ହକି ଦଳସେହିପରି ପୁରୁଷ ବିଭାଗ ତୃତୀୟ ସ୍ଥାନ ପାଇଁ ମ୍ୟାଚରେ ଓଡ଼ିଶା ୮-୦ଗୋଲରେ ଝାଡଖଣ୍ଡକୁ ପରାସ୍ତ କରି କାଂସ୍ୟ ପଦକ ବିଜୟୀ ହୋଇଛି। ଓଡ଼ିଶା ପକ୍ଷରୁ ପୌଲସ ଲାକ୍ରା ୪୧ , ୫୮ମିନିଟ୍ରେ ଓ ଅନମୋଲ ଏକ୍କା ୨୦ ଓ ୫୧ ମିନିଟ୍ରେ ଦୁଇଟି ଲେଖାଏଁ, ରୋହିତ ସିଂହ ୪୮, ଆର୍ଯ୍ୟନ ଏକ୍କା ୪୮, ଲାବନ ଲୁଗୁନ ୨୩ ଓ ରୋଶନ କୁଜୁର ୩୧ ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଏଥି ସହିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ପ୍ରତିଯୋଗୀଙ୍କ ପଦକ ସଂଖ୍ୟା ୭ରେ ପହଞ୍ଚିଛି। ପୂର୍ବରୁ ଭାରୋତ୍ତୋଳନରେ ପୁନିତ ଚନ୍ଦ୍ର ସାହୁ ରୌପ୍ୟ , ପୁରୁଷ ୧୧୦ ମିଟର ବାଧାଦୌଡ଼ରେ ଏ ଗ୍ରେସସେନ ଜିଭା କାଂସ୍ୟ, ପୁୁରୁଷ ଭାରୋତ୍ତୋଳନରେ କୁଳଦୀପ୍ ସାହୁ ସ୍ବର୍ଣ୍ଣ ଓ ମହିଳା ଉଚ୍ଚଡିଅଁାରେ ସବିତା ଟପ୍ପୋ କାଂସ୍ୟ ଓ ଆର୍ଯ୍ୟନ ଏକ୍କା କାଂସ୍ୟ ପଦକ ବିଜୟୀ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.