mobile header

ପିସିସି ସଭାପତିଙ୍କ ମିଶନ୍ ୨୦୨୪ । କହିଲେ ୧୯୯୫ର ସଫଳତା ଦୋହରାଇବ ଦଳ । ୯ରୁ ୯୦ ହେବ ବିଧାୟକଙ୍କ ସଂଖ୍ୟା

ପ୍ରଦେଶର ନୂଆ ପିସିସି ଆସିବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଯାଇଥିବା ଲକ୍ଷ୍ୟ କରାଯାଉଛି । ନୂଆ ବଳ ଓ ପଣ ନେଇ ରାଜ୍ୟରେ ପୁଣି କଂଗ୍ରେସର ପୁରୁଣା ଶକ୍ତି ଫେରାଇଆଣିବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଦମ୍ଭୋକ୍ତି ରଖିଛନ୍ତି । ଏପରିକି ୧୯୯୫ର ସଫଳତାକୁ ରାଜ୍ୟ କଂଗ୍ରେସ ୨୦୨୪ରେ ରିପିଟ କରିବ ବୋଲି ସେ କହିଛନ୍ତି । ଏବେ ବିଧାନସଭାରେ ୯ ଜଣ କଂଗ୍ରେସ ବିଧାୟକ ଥିବା ବେଳେ ୨୦୨୪ରେ ଏହି ସଂଖ୍ୟା ୯୦ ହେବ ବୋଲି ସେ କହିଛନ୍ତି ।ପିସିସି ସଭାପତିଙ୍କ ‘ମିଶନ ୨୦୨୪’୯ ରୁ ହେବ ୯୦ ବିଧାୟକ!ବ୍ରଜରାଜନଗର ଉପନିର୍ବାଚନରେ ୨ୟ ସ୍ଥାନକୁ ଆସିବା ପରେ କଂଗ୍ରେସ ଶିବିରରେ ଉତ୍ସାହର ମାହୋଲ । ଗତକାଲି ଦିଲ୍ଲୀରୁ ଫେରି ପିସିସି ସଭାପତି ଦାୟି୍ତ୍ୱ ନେବା ଦଳର କର୍ମୀ ଓ ନେତାଙ୍କ ମଧ୍ୟରେ ଜୋଶ ଭରିଛନ୍ତି ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ । ଏପରିକି ୨୦୨୪ରେ କଂଗ୍ରେସ ଓଡିଶାରେ ସରକାର କରିବ ବୋଲି ରଣହୁଙ୍କାର ଦେଇଛନ୍ତି ଶରତ । ୨୦୧୯ ନିର୍ବାଚନରେ କଂଗ୍ରେସର ୯ ବିଧାୟକ ନିର୍ବାଚିତ ହୋଇଥିଲେ । ଆଉ ୨୦୨୪ରେ କଂଗ୍ରେସର ୯୦ ବିଧାୟକ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପିସିସି ସଭାପତି । ଆଉ କହିଛନ୍ତି, ୧୯୯୫ର କଂଗ୍ରେସ ରାଜନୀତି ୨୦୨୪ରେ ରିପିଟ ହେବ ।ଶରତ ଦେବେ କି ସଞ୍ଜିବନୀ?ବଢିବ କି କଂଗ୍ରେସର ଶକ୍ତି?କଂଗ୍ରେସରେ ଆରମ୍ଭ ହୋଇଯାଇଛି ସାଂଗଠନିକ ମାନସ ମାନ୍ଥନ, କାହାକୁ ମିଳିବ କେଉଁ ଦାୟିତ୍ୱ, ୨୦୨୪ ପାଇଁ କଂଗ୍ରେସର କଣ ରୋଡମ୍ୟାପ । ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିକୁ କେମିତି ଟକ୍କର ଦେବ କଂଗ୍ରେସ ସେନେଇ ବିସ୍ତୃତ ରଣନୀତି ପ୍ରସ୍ତୁତ କରୁଛି । ଖୁବଶୀଘ୍ର ଛାତ୍ର କଂଗ୍ରେସ ମଧ୍ୟ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ନିିଯୁକ୍ତିକୁ ନେଇ ସବୁ କଲେଜ ସମ୍ମୁଖରେ ଆନ୍ଦୋଳନ କରିବ । କଂଗ୍ରେସର ଏଭଳି ଦମ୍ଭୋକ୍ତି ନେଇ ବିଜେଡି କହିଛି, ୨୦୧୯ରେ ଯେତିକି ସିଟ ଜିତିଥିଲା ତାଠାରୁ ଅଧିକ ସିଟ ଜିତିବ ଦଳ । ଏବେ ଲୋକଙ୍କ ପାଖରେ ବିଶ୍ୱାସଭାଜନ ହେବା ପାଇଁ ଉଦ୍ୟମ କରିବ କଂଗ୍ରେସ । ବିରୋଧୀ ଶକ୍ତିଙ୍କୁ ଏକଜୁଟ କରି ୨୦୨୪ ନିର୍ବାଚନ ପାଇଁ ମାହୋଲ ପ୍ରସ୍ତୁତି କରୁଛି କଂଗ୍ରେସ ।

Leave A Reply

Your email address will not be published.