mobile header

କୂଅ ଭିତରେ ଶ୍ୱାସ ରୁଦ୍ଧ ହୋଇ ଜଣେ ଶ୍ରମିକ ମୃତ ଓ ଜଣେ ଗୁରୁତର


କଣ୍ଟାମାଳ,୧୨।୬- ଶ୍ୱାସ ରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ବରଣ କରିଥିବା ବେଳେ ନେ ଗୁରୁତର ଆହତ ହୋଇଥିବା ଜଣାପଡିଛି | ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସୀମିଲି ପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଳସୀ କଟା ଗ୍ରାମରେ | ଗ୍ରାମର ହିମାଂଶୁ ପ୍ରଧାନ ନିଜ ଘରେ ଥିବା ରିଙ୍ଗ କୂଅର ପଙ୍କ ସଫା କରିବା ପାଇଁ ତିନି ଜଣ ଶ୍ରମିକ ନିୟୋଜିତ କରିଥିଲେ | ହେଲେ ପଙ୍କ ଉଦ୍ଧାର କରିବା ସମୟରେ ଶ୍ରମିକ ମାନେ ଶ୍ୱାସ ରୁଦ୍ଧ ହୋଇ ଅଣ ନିଶ୍ୱାସି ହୋଇ ମୃତ୍ୟୁ ବରଣ କରିଥିଲେ | ମୃତକ ଶ୍ରମିକ ମାନେ ହେଲେ ତୁଳସୀ କଟା ଗ୍ରାମର କାଳୀଚରଣ ବାଙ୍କ ଓ ଅନ୍ୟ ଦୁଇ ଜଣ କିର୍ଲା ଗ୍ରାମର ଲାଲମୋହନ ରଣା | ଅନ୍ୟଜଣେ ହେଲେ ତୁଳସୀ କଟା ଗ୍ରାମର କଳାକୃଷ୍ଣ ଝାଙ୍କରଙ୍କୁ ଗୁରୁତର ଆହତ ଅବସ୍ଥାରେ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଛି | ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଶ୍ରମିକଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ | ସମସ୍ତ ଶ୍ରମିକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ମନମୁଣ୍ଡା ଡ଼ାକ୍ତରଖାନାକୁ ଅଣା ଯାଇଥିଲା | ଶବ ଗୁଡ଼ିକର ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଅନ୍ୟ ପଟେ ମୃତ ଶ୍ରମିକ ମାନେ ଅତି ଗରିବ ଶ୍ରେଣୀର ହୋଇ ଥିବାରୁ ତାଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି | ଏଭଳି ଏକ ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିବା ସହ ଦୁଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ପରିବାର ଲୋକେ | ଏହାର ଉଚିତ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବୀ କରିଛନ୍ତି |

Leave A Reply

Your email address will not be published.