ଜାଗା ସମ୍ପର୍କ” ଅଭିଯାନର ବୈଠକ

Cuttack.. ସ୍ଥାନୀୟ ନୂଆପଡା ବାଲିସାହି ଠାରେ ଗଡଗଡ଼ିଆ ପଠା ଆଦିବାସୀ ବସ୍ତି ଏବଂ ବୋଷ ସାଇଡ ବନ୍ଧତଳ ବସ୍ତିରେ CMC ଏବଂ ରାଜ୍ୟ ସରକାରଙ୍କ “ଜାଗାମିଶନ” ତରଫରୁ “ଜାଗା ସମ୍ପର୍କ” ଅଭିଯାନର ବୈଠକ ଆୟୋଜିତ ହୋଇଯାଇଛି, ଏଥିରେ ବସ୍ତି SDA ସଭାପତି ବୃନ୍ଦାବନ ଦାସ ଆଜାଦଙ୍କ ପୌରହିତରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା, ଏବଂ ପ୍ରଶାସନ ତରଫରୁ ସଂଘମିତ୍ରା ଏବଂ ସିଏମସି ଗୋଷ୍ଠୀ ସଙ୍ଗଠିକା ମହାଶ୍ୱେତା ଜାଗା ମିଶନର ନଅଟି ମୁଖ୍ୟ ବିନ୍ଦୁ ଉପରେ ଜନ ସାଧାରଣଙ୍କୁ ସଚେତନ କରିଥିଲେ,

ଏଥିରେ ମୁଖ୍ୟ ଅତିଥି ଭାବେ ଡେ଼ପୁଟି ମେୟର ଦମୟନ୍ତୀ ମାଝୀ ଯୋଗ ଦେଇଥିଲେ, ଏହି କାର୍ଯ୍ୟକ୍ରମକୁ ୟାସମୀନ ବିବି, ହୀରା ମୁର୍ମୁ, ପାର୍ବତୀ ମୁର୍ମୁ, ସାଧୁ ହେମ୍ବ୍ରମ,ଲକ୍ଷ୍ମୀ ମୁର୍ମୁ,ସରସ୍ୱତୀ କାହାଳି, ବିଶ୍ୱନାଥ ବିଶ୍ୱାଳ, ଶରତ ବିଶ୍ୱାଳ, ନଣ୍ଡା ବିଶ୍ୱାଳ,ମୁନା ସାହୁ,ବୁଦ୍ଧିଆ ବିଶ୍ୱାଳ,ସଞ୍ଜୟ ମୁର୍ମୁ, କାର୍ତ୍ତିକ ବେହେରା, ବେଣୁଧର ବେହେରା,ଶମ୍ଭୁନାଥ ହାଁସଦା,ଇତ୍ୟାଦି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ, ଶେଷରେ ମଙ୍ଗୁ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ

Leave A Reply

Your email address will not be published.