
କଣ୍ଟାମାଳ,୧୨।୬- ଶ୍ୱାସ ରୁଦ୍ଧ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି | ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସୀମିଲିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଳସୀକଟା ଗ୍ରାମରେ । ଗ୍ରାମର ହିମାଂଶୁ ପ୍ରଧାନ ନିଜ ଘରେ ଥିବା ରିଙ୍ଗ କୂଅରେ ଏକ ମାଙ୍କଡ ଖସି ପଡିଥିଲା ।ସେହି ମାଙ୍କଡକୁ ଉଦ୍ଧାର କରିବା ପାଇଁ ସେହି ଗ୍ରାମର କାଳୀ ଚରଣ ବଙ୍କା ଓରଫ ଡାବୁ (୪୫)ଓ ଅନ୍ୟ ଜଣେ ହେଲେ କୀର୍ଲା ଗ୍ରାମର ଲାଲ ମୋହନ ରଣା (୫୮) ।ମିଳିଥିବା ସୂଚନା ଅନୁସାରେ ,ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ତୁଳସୀକଟା ଗ୍ରାମର ହିମାଂଶୁ ପ୍ରଧାନ ଙ୍କ ରିଙ୍ଗ କୂଅରେ ଏକ ମାଙ୍କଡ ଖସି ପଡିଥିଲା। ହଠାତ୍ ହିମାଂଶୁ ଙ୍କ ପରିବାର ଲୋକେ ମାଙ୍କଡକୁ ଉଦ୍ଧାର କରିବା ପାଇଁ ଏହି ଦୁଇ ଜଣ ଶ୍ରମିକଙ୍କୁ କୂଅ ଭିତରୁ ମାଙ୍କଡଟିକୁ ଉଦ୍ଧାର କରିବା ପାଇଁ କହିଥିଲେ ।ସେମାନେ ଉକ୍ତ ପରିବାର ଲୋକଙ୍କ କଥାରେ ରାଜି ହୋଇ କୂଅ ଭିତରକୁ ଓହ୍ଲାଇ ପଡ଼ିଥିଲେ ।ଓହ୍ଲାଇ ପଡିବା ମାତ୍ରେ କୂଅ ଭିତରେ ଅଣନିଶ୍ୱଶି ହୋଇ ପଡ଼ି ଥିଲେ ।ଖବର ପାଇବା ମାତ୍ରେ ଗ୍ରାମବାସୀ ଉକ୍ତ କୂଅ ପାଖରେ ପହଞ୍ଚି ଯାଇଥିଲେ । ତତ୍ କ୍ଷଣାତ କଣ୍ଟାମାଳ ଦମକଳ ବାହିନୀ କୁ ଖବର ଦେଇଥିଲେ ।ଦମକଳ ବାହିନୀ ଆସି କୂଅରୁ ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନା କୁ ନେଇଥିଲେ ।ସେଠାରେ ଡ଼ାକ୍ତର କାଳୀଚରଣ ବଙ୍କାକୁ ମୃତ ଘୋଷଣା କରିଥିଲେ । ତାପରେ ଲାଲ ମୋହନ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ ।ମୃତ କାଳୀଚରଣ ବାଙ୍କ ଙ୍କ ପରିବାର ଅତି ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ସେବା ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।ମନମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି ।ଦୋଷୀ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ପୋଲିସ ନିକଟରେ ଦାବି କରିଛନ୍ତି ।