mobile header

ଘରୋଇ ବସ୍‌ ଦୁର୍ଘଟଣା; ୨ ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ୨୫ ଆହତ ।

କାଲିମେଳା ତା:- ୧୩/୦୬ ମାଲକାନଗିରି ଜିଲ୍ଲା ସୀମାନ୍ତ ଚିନ୍ତୁର ନିକଟରେ ଏକ ଘରୋଇ ବସ୍‌ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ମୃତ ୫ଜଣଙ୍କ ମଧ୍ୟରେ ଦୁଇଜଣ ଶିଶୁ ରହିଥିବା ସୂଚନା ମିଳିଛି । ତାହା ସହ ଦୁର୍ଘଟଣାରେ ୨୫ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଭଦ୍ରାଚଲମ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଦୁର୍ଘଟଣାରେ ଆହତ ସମସ୍ତ ଙ୍କ ଘର ଓଡିଶାର  ନବରଙ୍ଗପୁର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର  ଭବାନିପାଟଣାର ଅଧିକ ଯାତ୍ରୀ ବୋଲି  ଜଣାପଡିଛି ଏମାନେ  ସମସ୍ତେ  ଦାଦନ ଶ୍ରମିକ ଭାବେ  କାମ କରିବା ପାଇଁ ଓଡିଶାରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା କୁ  ଯାଇଥିଲେ। କାମ ଧାମ ସରାଇ ନିଜ ଭିଟାମାଟି ଓଡିଶାକୁ ଫେରୁଥିବା ବେଳେ  ଦୁର୍ଘଟଣାର  ସ୍ବୀକାର  ହୋଇଛନ୍ତି।ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ମୋଟୁ‌ଠାରୁ ପ୍ରାୟ ୧୩କିମି ଦୂର ଆନ୍ଧ୍ରପ୍ରଦେଶର ଚିନ୍ତୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ସିଜି୨୭ଏମ ୩୧୪୮ ନମ୍ବର ବିଶିଷ୍ଟ  କେଜିଏନ ନାମକ ଏକ ଘରୋଇ ବସ ଦୁର୍ଘଟଣା ହେବା ଫଳରେ ୨ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି ।ବସଟି ଓଡିଶାର ନୂଆପଡା‌ ଜିଲ୍ଲା ସିନାପାଲି ଠାରୁ ଯାତ୍ରୀ ମାନଙ୍କୁ ନେଇ‌ ବିଜୟୱାଡା ଅଭିମୁଖେ ଯାତ୍ରା କରୁଥିଲା ।ଓ ତହିଁ ଆର ଦିନ ଯାତ୍ରୀଙ୍କୁ ନେଇ ଫେରୁଥିବା ସମୟରେ ଆନ୍ଧ୍ରପ୍ରଦେଶ ର ଚିନ୍ତୁର  ବୁଡୁଗୁଡାମ  ଗ୍ରାମ  ନିକଟ ରେ ଭାରସାମ୍ଯ ହରାଇ ରାସ୍ତା ତଳକୁ ଖସି ପଡିଥିଲା।  ଯାହାଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହେବା ସହ ୨୫ ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହାତ ହୋଇଛନ୍ତି । ଆହାତ ଯାତ୍ରୀମାନଙ୍କୁ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି ଜିଲ୍ଲାର ଭଦ୍ରାଚଲମ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏନେଇ ଖବର ପାଇବା ପରେ ଆନ୍ଧ୍ର ପୁଲିସ ଘଟଣାସ୍ଥଳରେ ପହଞ୍ଚି‌ ତଦନ୍ତ‌ କରୁଥିବା ସୂଚନା ମିଳିଛି  ।ବସଟି ଦୃତଗତିରେ ଥିବା ଯୋଗୁଁ ଟରନିଙ୍ଗ ନିକଟରେ  ଭାରସାମ୍ଯ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ବସ।

Leave A Reply

Your email address will not be published.