mobile header

କନ୍ଧମାଳରେ ଜଳକଷ୍ଟ
ଦୂଷିତ ପାଣି ପିଉଛନ୍ତି ଲୋକେ,

ଫୁଲବାଣୀ – ୧ ୩ /୬(ସୁନୀଲ ପଟନାୟକ )
ଜୁନ ମାସରେ ଟାଏଁଟାଏଁ ଖରା ସାଂ ଗକୁ ଜଳଯନ୍ତ୍ରଣା, କନ୍ଧମାଳ ଜିଲା ଫୁଲବାଣୀ ବ୍ଳକ, ଅନ୍ତର୍ଗତ କଟ୍ରିଙ୍ଗିଆ ପଂଚାୟତ ର କାଣା ପଟି ନୂଆ ସାହି,ଡିପର ସାହୀ ପିଇବା ପାଣି ମୁନ୍ଦି ଏ ପାଇଁ ଡହଳ ବିକଳ ଲୋକେ । ମୁଣ୍ଡ ଫଟା ଖରାରେ ଅନେକ ବାଟ ଚାଲିଚାଲି ଯିବାପରେ ଚୁଆ କିମ୍ବା ପୋଖରୀ ରୁ ପାଣି ଆଣି ଶୋଷ ମେଣ୍ଟା ଉଛନ୍ତି ଲୋକେ । ପୁଣି ଦୂଷିତ ପାଣି ପିଇ ଅନେକ ଲୋକ ରୋଗ ଡାକି ଆଣୁଛନ୍ତି । ଅଭିଯୋଗ କଲେ ଶୁଣୁଛି କିଏ ?
.ରାତି ପାହିଲେ ପାଣି ଚିନ୍ତା । ପୋଖରୀ ପାଣି ମେଣ୍ଟାଉଛି ଶୋଷ।ପାଣି ଗରାଏ ପାଇଁ ଟାଣ ଖରାରେ ଗରା ବାଲଟି ଧରି ଯିବାକୁ ପଡୁଛିପୋଖରୀ ନିକଟକୁ ବୋଲି ମେନକା ଦିଗଲ, ବସୁମତୀ ଦିଗଲ
ପ୍ରମୁଖ ଅଭିଯୋଗ କରିଛନ୍ତି l

କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ କଟ୍ରିଙ୍ଗିଆ ପଞ୍ଚାୟତରେ ପାଣି ମୁନ୍ଦି ଏ ପାଇଁ ଡ଼ହଳ ବିକଳ ଲୋକେ । ଗାଇଗୋରୁ ଯେଉଁଠି ଗାଧୋଉଛନ୍ତି। ସେହି ପାଣି ପିଉଛନ୍ତି ଏମାନେ
ଏ ସବୁ ଗ୍ରାମରେ ଶତାଧିକ ଲୋକେ ରହୁଥିଲେ ମଧ୍ୟନଳକୁପ ଟେ ନାହିଁ l
ଏହି ଗୋଟିଏ କି ଦୁଇଟି ଗାଁ ନୁହେଁ ଜିଲ୍ଲାର ଦାରିଙ୍ଗ ବା ଡି. ତୁମୁଡିବନ୍ଧ, ରାଇକିଆ, ଫିରିଙ୍ଗି ଆ. ବାଲିଗୁଡ଼ା, କ ନୂଆଗାଁ ଆଦି ବ୍ଳକର ଅନେକ ଗ୍ରାମ ରହିଛି ଯେଉଁଠି ପାଣି
ପାଇଁ ଲୋକେ କଷ୍ଟ ଭୋଗୁଛନ୍ତି। ନଳକୁ ଅରୁ ପାଣି ବାହାରୁ ନିଆଉ କୁଅ ସବୁ ଶୁଖିଲା ପଡିଛି । ନାଳପାଣି ଭରସାରେ ଲୋକେ l
ପାଣି ସମସ୍ୟା ନେଇ ଗ୍ରାମବାସୀ ବିଭାଗୀୟଯନ୍ତ୍ରୀ,ବିଡିଓଙ୍କ ନିକଟରେ ବାରମ୍ଵାର ଅଭିଯୋଗ ମଧ୍ଯ କରିଛନ୍ତି ହେଲେ ଶୁଣୁଛି କିଏ ?
ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ କ୍ୟାମେରା ସମ୍ମୁଖରେ କୌଣସି ମତାମତ ଦେବାକୁ ମନା କରିଥିଲେ ମଧ୍ୟ ତାଙ୍କ କହିବା କଥା ହେଲା ଏନେଇ କୌଣସି ଅଭିଯୋଗ ଆସିନି। ଅଭିଯୋଗ ଆସିଲେ ପିଇବା ପାଣି ଯୋଗ । ଇଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଜିଲ୍ଲାର ଅନେକ ଜଳକଷ୍ଟ ଗ୍ରାମରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ସେ କହିଥିଲେl
ତେବେ ଗ୍ରାମବାସି କେବେ ସ୍ଵଛ ପାନୀୟ ଜଳ ପାଇବେ ତାହା ଦେଖିବାର କଥା l

Leave A Reply

Your email address will not be published.