mobile header

କୋଟଗଡ଼ ବି ଡିଓ ଙ୍କ ମନମୁଖି କାରବାର
ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀସଙ୍ଘ ର ବିରୋଧ , କାର୍ଯ୍ୟାନୁଷ୍ଠାନ ଦାବୀ


ଫୁଲବାଣୀ -13/6(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା କୋଟଗଡ଼ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଙ୍କମନ ମୁଖି କାରବାର, ପ୍ରିୟl ପ୍ରୀତି ତୋଷଣ ନୀତି, ଓ ସର୍ବୋପରି ଅଧସ୍ତନ କର୍ମଚାରୀ ଙ୍କ ଦରମା ବନ୍ଦ, ଦୁର୍ବ୍ୟବହାର ପ୍ରଦର୍ଶନ ରେ ଅତିଷ୍ଟ ହୋଇପଡିଲେଣି ଆଧସ୍ଥନକର୍ମଚାରୀ ମାନେ l ଫଲରେ ପିଈଓ ସଙ୍ଘ ପକ୍ଷରୂ ଏନେଇ କନ୍ଧମାଳ ଜିଲାପାଳ ଙ୍କୁ ସ୍ମାରକ ପତ୍ରପ୍ରଦାନ କରି ତୁରନ୍ତ ବିଡ଼ିଓ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇ ଥିବା ନେଇ ସଙ୍ଘ ପକ୍ଷରୁ କୁହାଯାଇଛି l
କାର୍ଯ୍ୟ ରତ କର୍ମଚାରୀଙ୍କୁନିୟମିତ ଦରମା କି ଡି ଏ.ମଧ୍ୟ ମିଳୁନି l ମହିଳା କର୍ମଚାରୀକୁ ଜାଣିଶୁଣି କୋଟଗଡ଼ ଠାରୁ ଚାଳିଶ କିଲୋମିଟର ରୁ ଉର୍ଦ୍ଧ ଜୁବାଗୁଡା ପରି ଦୁର୍ଗମ ତଥା ମା ଓ ଇଲାକା ରେ ପୋଷ୍ଟିଙ୍ଗ କରାଯାଉଛି ଯାହାକି ସମ୍ପୁର୍ଣ ଅନ୍ୟାୟ ବୋଲି ସଙ୍ଘ ସଭାପତି ପଦ୍ମ ଚରଣ ମହାନ୍ତିଦୃଢ ଅଭି ଯୋଗ କରିଛନ୍ତି l
ବିଡ଼ିଓ ମୁର୍ମୁ କୋଟଗଡ଼ ରେ ଦୀର୍ଘ ଛଅ ବର୍ଷ ଧରି ରହି ବ୍ୟାପକଦୁର୍ନିତୀ ଓ ଅନିୟମିତତା କରିଥିବା ମଧ୍ୟ ଦୃଢ ଅଭିଯୋଗ ହେଉଛି l କୁଆଡେ ନେତା ଓ ମନ୍ତ୍ରୀ ଙ୍କ ଲୋକ କହି ପ୍ରକାରନ୍ତ ରେ ଧମକାଉଥିବା ଶୁଣିବାକୁ ମିଳୁଛି l


ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ କର୍ମଚାରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ସଙ୍ଘସଭାପତିମହାନ୍ତି ଦାବୀ କରିଛନ୍ତି l ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସଙ୍ଘ ଚେତl ବନି ଦେଇଛି l
ଏ ନେଇ ବିଡ଼ିଓ ଙ୍କ ମତାମତ ପାଇଁବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ମତାମତ ମିଳିପାରିନାହିଁ l

Leave A Reply

Your email address will not be published.