mobile header

ଫୁଲବାଣୀ ସମେତ ଜିଲାରେ ରଜପର୍ବପାଳନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ


ଫୁଲ ବାଣୀ- (ସୁନୀଲ ପଟନାୟକ) ରାତି ପହିଲେ ପହିଲି ରଜ,ବର୍ଷକରେ ଥରେ ଆସେ ରଜା ଫଳରେ ଝିଅମାନେ ଏହିଦିନ କୁ ଅପେକ୍ଷା କରିଥାନ୍ତି ମନଭରି ଉପଭୋଗ କରିବ।କୁ । ହେଲେ କରେ ନା
ଗତ୨ ବର୍ଷ ହେଲା କୁଆଁରୀ ମାନଙ୍କ ରାଜ ପର୍ବକୁ ଫିକା କରିଦେଇଥିଲାl ଏ ବର୍ଷ ମଧ୍ୟ କରୋନା ର ପ୍ରକୋପ ପୁରା କମି ଯାଇଥିବାରୁ ରଜ ପର୍ବ ପାଳନ ଉପରେ କଟକଣା ନାହିଁ l
ଫଲରେ ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ଧୁମ ଧାମ ରେ ପାଳନ ପାଇଁ ପ୍ରସ୍ତୁତି ସରିଛି l ସାଙ୍ଗସାଥିଗହଣରେ ଦୋଳି ଖେଳିବେ l ଆଉତା ସାଙ୍ଗକୁ ନାଚ ଗୀତ ସହ ପିଠା ପଣା ଖାଇ ମନା ଇ ବାଲାଗି ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ଝିଅ ମାନେ l
ଗାଁ ହେଉକି ସହର ସବୁଠି ଏଥର ରଜ ପର୍ବକୁ ଧୁମଧାମ ରେ ପାଳନ କରିବାଲାଗି ପ୍ରସ୍ତୁତି ହେଉଛନ୍ତି l
, ‘ଝିଅ ବୋହୁ ମାନେ ନୂଆ ଡ୍ରେସ ପିନ୍ଧି ସଜବାଜ ହେବେ,, ସାଙ୍ଗ ସାଥି ମେଳରେ ଦୋଳିରେ ଝୁଲିବେ l ଆଉ ରଜପାନ ଖାଇବେ lଖୁବ ମଜା କରିବେ ବୋଲି ସ୍ଥାନୀୟ ଯୁବତୀ ମମତା ମିଶ୍ର, ରିତା ରାଣୀ ନାୟକ କହିଛନ୍ତି l
ଫୁଲବାଣୀ ର ଅଗ୍ରଣୀ ଅନୁଷ୍ଠାନ ଡାନ୍ସ ଏକାଡେମୀ ପକ୍ଷରୁ ରଜ ଉତ୍ସବ
ପାଳନ ହେଉଛି ଏ ହି ଅବସର ରେମହିଳା ମାନଙ୍କ ମଧ୍ୟରେ ଝୋଟି, ପ୍ରତିଯୋଗିତା ସହ ପିଲାଙ୍କ ନାଚ ଗୀତ ଆଦି କରାଯିବ l
ସେହିପରି ସ୍ଵାତି ଅନୁଷ୍ଠାନ ଓ ମୁନିସିପାଲିଟି ମିଶି ସାଇନ୍ସ ପାର୍କ ପରିସରରେ ମଧ୍ୟ ରଜ ଉତ୍ସଵ ପାଳନ କରାଯିବ l
ସେ ଯାହା ହେଉ ଚଳିତ ବର୍ଷ ରଜ ପର୍ବ କନ୍ଧମାଳ ଜିଲ୍ଲା ରେ ଧୁମ ଧାମ ରେ ପାଳିତ ହେବ ଏହା ନିଶ୍ଚିତ ହୋଇଯାଇଛି l

Leave A Reply

Your email address will not be published.