mobile header

ଜାତୀୟ ଆଦିବାସୀ ନୃତ୍ୟ ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କଲା କୋରାପୁଟର ଦୁରୁଆ ନୃତ୍ୟ

ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ରବିବାର ଦିନ ଆୟୋଜିତ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଉତ୍ତମ ପ୍ରଦର୍ଶନ କରି କୋରାପୁଟ ଜିଲ୍ଲାର ଦୁରୁଆ ନୃତ୍ୟ ତୃତୀୟ ସ୍ଥାନ ଅଧିକାର କରିଛି ।

ଶାବେରୀ ନଦୀ କୂଳରେ ଗୁପ୍ତେଶ୍ବର ନିକଟବର୍ତ୍ତୀ ସିରିବେଡା ଠାରୁ ଆରମ୍ଭକରି ବୈପାରିଗୁଡ଼ା , କୁନ୍ଦୁରା ଓ କୋଟପାଡ ବ୍ଲକ ର ଗାଁ ଗଣ୍ଡା ରେ ରହୁଥିବା ହଜାର ହଜାର ଦୁରୁଆ ପରିବାର ଆଦିବାସୀ ଙ୍କ ଏହି ନୃତ୍ୟ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ବାର ପୁରସ୍କୃତ ହୋଇଥିବା ବେଳେ ସିରିବେଡା ଅଞ୍ଚଳର ଦୁରୁଆ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ଏହି ନୃତ୍ୟ ଦର୍ଶକଙ୍କ ହୃଦୟ ଜିଣିବାରେ ସମର୍ଥ ହୋଇଥିଲା ବୋଲି ଏହି ଦଳକୁ ପ୍ରୋତ୍ସାହିତ କରି ସେମାନଙ୍କ ନୃତ୍ୟ ପରିବେଷଣ ସମୟରେ ଉପସ୍ଥିତ ରହିଥିବା ସିରିବେଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଳମଣି ଜେନା ସୂଚନା ପ୍ରଦାନ କରିଛନ୍ତି । ଗତ କିଛିଦିନ ପୂର୍ବେ ଭୁବନେଶ୍ୱରରେ ଆୟୋଜିତ ଏକ ଆଦିବାସୀ ନୃତ୍ୟ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ଏହି ଦଳ ବିଶାଖାପାଟଣା ଠାରେ ଆୟୋଜିତ ଜାତୀୟ ଆଦିବାସୀ ନୃତ୍ୟ ଉତ୍ସବରେ ଭାଗ ନେବାର ସୁଯୋଗ ପାଇଥିବା ଶ୍ରୀ ଜେନା ଜଣାଇଛନ୍ତି । ଦେଶର ବିଭିନ୍ନ ରାଜ୍ୟରୁ କଳାକାର ମାନେ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ ଓଡ଼ିଶା କୁ ପ୍ରତିନିଧିତ୍ଵ କରି କୋରାପୁଟ ମାଟିକୁ ଗର୍ବ ଓ ଗୌରବ ଆଣିଥିବା ଯୋଗୁଁ ଦର୍ଶକ ମହଲରୁ ମଧ୍ୟ ଅଭିନନ୍ଦନ ର ସୁଅ ଛୁଟିଥିଲା ।

Leave A Reply

Your email address will not be published.