
ଫୁଲବାଣୀ 14/6 ବରିଷ୍ଠ କର୍ମଚାରୀ ନେତା ସ୍ବର୍ଗତ ସୁରେଶ କୁମାର
ପଟନାୟକ ଙ୍କୁ ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁସୋମବାର ସନ୍ଧ୍ୟାରେ ଅମର ଆତ୍ମା ର ସଦଗତି ପାଇଁ ସାମ୍ବାଦିକ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇଥିଲା। ମିଳିତ ନାଗରିକ କମିଟୀ ଆବାହକ ଅଶୋକ ପରିଡାଙ୍କ ସଭାପତିତ୍ୱ ରେ ଆୟୋଜିତ ଶୋକ ସଭା ରେ ପ୍ରଥମେ ଦୁଇମିନିଟ ନୀରବ ପ୍ରାର୍ଥନାକରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ବ୍ରଜ ପଟନାୟକ, ନାରାୟଣ ସାହୁ, ରାଜୁ ପାଢୀ,ପ୍ରଣବ ମଣ୍ଡଳ,ସଚିଦାନନ୍ଦ ପଟନାୟକ, ନବ କିଶୋର ରଥ, ବନ ଵିହାରି ନନ୍ଦ,ବିକାଶ ମହାନ୍ତି, ମନୋଜ ଚୌଧୁରୀ, ଟୁନା ସେଠୀ,ବଂଶୀଧର ପଣ୍ଡା ସାମ୍ବାଦିକ ପ୍ରଶାନ୍ତ ବେହେରା, ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମl ର ସଦଗତି କାମନା କରିଥିଲେ l
ସ୍ବର୍ଗତ ପଟନାୟକ ରାଜସ୍ବ ବିଭାଗ ର ଜଣେ କର୍ମଠ ଓ ସଚୋଟ କର୍ମଚାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ l
ସେ ସର୍ବଦା କର୍ମଚାରୀ ଙ୍କ ସ୍ୱାର୍ଥ ରକ୍ଷା ଲାଗି ଅହରହସଂଗ୍ରାମ କରିବାସହ ଜିଲାର ଉନ୍ନତି ପାଇଁ ମଧ୍ୟ ସବୁବେଳେ ଦାବୀ କରିଆସୁଥିଲେ l ତାଙ୍କର ମୃତ୍ଯୁ ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି ବୋଲି ଏହି ଅବସର ରେ ଯୋଗ ଦେଇଥିବା ସଦସ୍ୟ ମନେ ମତବ୍ୟକ୍ତ କରିଥିଲେ l