mobile header

ଦୁର୍ଗମ ଅଞ୍ଚଳରେ ଦୁର୍ବଳ ରାସ୍ତାକାମ, ରାସ୍ତା ରେ ବ୍ୟବହାର ହେଉଛି ନିମ୍ନ ମାନର ସାମଗ୍ରୀ

ପଡିଆ: ମାଲକାନଗିରି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପଡିଆ ବ୍ଳକ ପରିଚିତ ଥିବା ବେଳେ ଏହି ବ୍ଳକର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ତେବେ କିଛି ଠିକାଦାରଙ୍କ ଲାଭଖୋର ନୀତି ଓ ଦୁର୍ନତୀ ଗ୍ରସ୍ତ ଅଧିକାରୀ ଙ୍କ ସହଯୋଗ ଯୋଗୁଁ କେତେକ ସ୍ଥାନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଉତ୍ତମ ମାନର କାମ ହେଉନାହିଁ। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ପଡିଆ ବ୍ଲକ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ସଙ୍ଗେଲ ଗ୍ରାମରେ । ଏହି ଗାଁ ମଝିରେ ରହିଥିବା ମାଟି ରାସ୍ତା ଟି ବର୍ଷା ସମୟରେ କାଦୁଅ ଭରି ହୋଇଯାଉଥିବା ବେଳେ ଯାତାୟାତ ରେ ନାନାଅସୁବିଧା ସ୍ରୁଷ୍ଟି ହେଉଥିଲା। ଏହାପରେ ଗ୍ରାମବାସୀ ଙ୍କ ବାରମ୍ବାର ଗୁହାରି କରିବା ପରେ ନୂତନ ମେଣ୍ଟାଲ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହି ରାସ୍ତା କାମରେ ଅତ୍ୟନ୍ତ ନିମ୍ନ ମାନର ମେଣ୍ଟାଲ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି।

ଏହି ରାସ୍ତା କାମ ପାଇଁ କିଛି ମେଣ୍ଟାଲ ନଦୀ ପଥରର, ହୋଇଥିବା ବେଳେ ଆଉ କିଛି ମୁରୁମ ମାଟି ରେ ରହିଥିବା ନାଲି ରଙ୍ଗର ପଥରକୁ ଭାଙ୍ଗି ମେଣ୍ଟାଲ ଭାବେ ବ୍ୟବହାର କରାଯାଉଛି। ସ୍ଥାନୀୟ ଲୋକ ଏବାବଦରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ଜଣାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ସେ ଏହି କାମ ଦେଖିବାକୁ ଆସୁନଥିବାରୁ କାହାକୁ ଅଭିଯୋଗ କରିବୁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଏହି ରାସ୍ତା ନିର୍ମାଣ କାମ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀ ଙ୍କ ଢ଼ିଲାପଣ ଏଭଳି ନିର୍ମାଣ କାର୍ଯ୍ୟକୁ ଉତ୍ସାହିତ କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏ ବାବଦରେ ପଚାରିବାକୁ ସ୍ଥାନୀୟ ଯନ୍ତ୍ରି ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ଏପରି ସ୍ଥିତିରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ କୁହାଯାଇଛି।
ବି ଶ୍ରୀନିବାସ ରାଓ
ପଡିଆ

Leave A Reply

Your email address will not be published.