mobile header

ଦଳିତଙ୍କୁ ନ୍ୟାୟ ମିଳୁନିନିଜ ଘରେ ନିଜେ ରହି ପାରୁନାହାନ୍ତି ସୁଶାନ୍ତ

ଫୁଲବାଣୀ-୧୪/୬ ସରକାରୀ ଚାକିରି ଖଣ୍ଡିଏ କରି ଜୀବନକାଳରେ ଯାହାକିଛି ସଞ୍ଚିଥିଲେ ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ଚକାପାଦ ଅଞ୍ଚଳରେ ଚକାପାଦ ମୌଜାରେ ଖାତା ନମ୍ବର୨୪୯/୩୩୧ ପ୍ଲଟ ନଂ୧୭୧୭ / ୩୧୨୩ ରେ ଘରସହିତ ପଟ୍ଟା ଯାଗା କିଛି କିଣିଥିଲେ, ମନ ମୁତାବକ ନିଜଘର କରି ରହିବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ଏହି ଘର ଓ ଯାଗା କୁ ମାଡି ବସିଛି ଅନ୍ୟଜଣେ ଖଳ ପ୍ରକୃତିର ଲୋକ ଖଗେଶ୍ଵର ପାତ୍ର । ପାତ୍ରକୁ ଯାଗା ଛାଡିବାକୁ କହିଲେ ବି ଯାଗା ଛାଡିଲାନି ଓ ଲଟା ହତ୍ୟାକରିବ ବୋଲି କୁଆଡ଼େ ଧମକ ମଧ୍ୟ ଦେଉଛି । ଏଭଳି ଅର୍ଭଯୋଗ ଆସିଛିଚକାପାଦ ଅଞ୍ଚଳରୁ । ପୋଲିସ,ତହସିଲଦାର କିମ୍ବା ପ୍ରଶାସନଠାରୁ ନ୍ୟାୟ ନ ମିଳିବାପରେ ଏସସିକମିଶନଙ୍କ ଦ୍ଵାର ସ୍ଥ ହୋଇଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗ କର୍ମଚାରୀ ସୁଶାନ୍ତ କୁମାର ନାୟକ। ନିଜ ଘର ଚକାପାଦ ବଜାର ରେ ଥାଇ ମଧ୍ୟ ସେଭୟ ଭୀତ ହୋଇ ଭଞନଗରରେ ବାଧ୍ୟ ହୋଇ ରହୁଛନ୍ତି । ନ୍ୟାୟରେ ଥିବାଦଳିତ ଲୋକଙ୍କୁ ପୋଲିସ ଓ ପ୍ରଶାସନ ସହଯୋଗ ନକରି ଅନ୍ୟାୟ କରି ଯୋର ଜବରଦସ୍ତ ମାଡି ବସିଥିବା ଖଗେଶ୍ଵର ପାତ୍ରଙ୍କଠାରୁକୁ ଆଡେମୋଟା ଅଙ୍କର ନେଇ ତାଙ୍କୁ ସୁହାଇଲା ପରି କାର୍ଯ୍ୟକରୁଛି ପ୍ରଶାସନ ବୋଲି ସୁଶାନ୍ତ ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆମକୁ ନ୍ୟାୟ ନ ମିଳିବା ଯାଏ ଛାଡ଼ିବୁନି ବୋଲି କହିଛନ୍ତି ସୁଶାନ୍ତ ଙ୍କ ପରିବାର ଲୋକେ । ଏବେ କମିଶନଙ୍କ ଦ୍ଵାର ସ୍ଥ ହୋଇଛୁ। ଏଠି ନ୍ୟାୟ ନ ପାଇଲେ ଉଚ୍ଚନ୍ୟାୟାଳୟର ଆଶ୍ରୟ ନେବୁଆଉ ଆମକୁ ନ୍ୟାୟ ନିଶ୍ଚିତ ମିଳିବ ଏଥିରେ ସନ୍ଦେହ ନାହିଁ ବୋଲି ସୁଶାନ୍ତ ଓ ପରୀ ବାର ଲୋକେ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.