xmas

ଡ୍ଯାନ୍ସ ଏକାଡେମୀ ର ୨୨ ତମ ବାର୍ଷିକ ଉତ୍ସବ ଓ ରଜ ମଉଜ କାର୍ଯ୍ୟକ୍ରମ

ଫୁଲବାଣୀ ୧୪।୬ ଫୁଲବାଣୀ ର ସାଂସ୍କୃତିକ ଅନୁଷ୍ଠାନ ଡ୍ଯାନ୍ସ ଏକାଡେମୀ ପକ୍ଷରୁ ଅନୁଷ୍ଠାନ ର ୨୨ ତମ ବାର୍ଷିକ ଉତ୍ସବ ଓ ରଜ ମଉଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିପିନ ବିହାରୀ ବେହେରା ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ର ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି,ମୁଖ୍ୟ ବକ୍ତା ଭାବେ ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ,ଅନ୍ୟତମ ଅତିଥି ଭାବେ କନ୍ଧମାଳର ଚଳଚ୍ଚିତ୍ର ପ୍ରଯୋଜ ପ୍ରଶାନ୍ତ କୁମାର ନାୟକ,ଆଇନ ଉପଦେଷ୍ଠା, ସତ୍ଯନାରାୟଣ ବେହେରା,ଉପଦେଷ୍ଠା ଘନକୁମାର ଶବର ପ୍ରମୁଖ ଯୋଗ ଦେଇଥିଲେ। ଅନୁଷାନର ସଭାପତି ଭାଗବତ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ ପରେ ସମ୍ପାଦକ ବିନୋଦ କୁମାର ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଡ୍ଯାନ୍ସ ଏକାଡେମୀ ର କର୍ମକର୍ତ୍ତାଙ୍କ ପ୍ରଗାଢ ପ୍ରଚେଷ୍ଠା ଯୋଗୁଁ ଅନୁଷ୍ଠାନ ୨୨ ବର୍ଷ ରେ ପହଞ୍ଚିଛି କହିବାକୁ ଗଲେ ଅନୁଷ୍ଠାନ ଯୌବନରେ ପହଞ୍ଚିଛି ବୋଲି କହିବା ସହିତ ଅନୁଷ୍ଠାନର କଳାକାର ମାନେ ମଧ୍ୟ ଅଧିକରୁ ଅଧିକ ଉନ୍ନତି କରନ୍ତୁ ବୋଲି ମୁଖ୍ୟ ଅତିଥି କହିଥିଲେ। ୨୦୦୨ ମସିହାରେ ପ୍ରତିଷ୍ଠିତ ଡ୍ଯାନ୍ସ ଏକାଡେମୀ ବିଭିନ୍ନ ଘାତପ୍ରତିଘାତର ସମ୍ମୁଖୀନ ହୋଇ ଆଜି ୨୨ ବର୍ଷ ରେ ପଦାର୍ପଣ କରିଛି ଏଥିପାଇଁ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସମସ୍ତ ସହଯୋଗୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ କାର୍ଯ୍ୟକ୍ରମ ର ମୁଖ୍ୟ ବକ୍ତା ଏହା ସହିତ ନିଜର ବକ୍ତବ୍ୟ ରେ ସେ ନିଜର କବିତା ମଧ୍ୟ ଶୁଣାଇଥିଲେ। ଶେଷରେ ସଭାପତିଙ୍କ ଅଭିଭାଷଣ ପରେ ସଭା କାର୍ଯ୍ୟ ସମାପନ ପରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।ପରେ ଅନୁଷ୍ଠାନର କୁନିକୁନି କଳାକାର ମାନଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଅନେକ ଦର୍ଶକ ଉପଭୋଗ କରିଥିଲେ।

Leave A Reply

Your email address will not be published.