mobile header

ବିଶିଷ୍ଟ ସମାଜସେବୀ, ଲେଖକ ସାମ୍ବାଦିକ ତଥା ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ଶ୍ରୀ ଅନ୍ନଦା ପ୍ରସାଦ ରାୟଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକ ପାଳନ

ଆଜ ଦିନ ତା 14,6,22 ରେ ସ୍ଥାନୀୟ ନୂଆପଡା ବାଲିସାହି ଆଦିବାସୀ ବସ୍ତିରେ ବିଶିଷ୍ଟ ସମାଜସେବୀ, ଲେଖକ ସାମ୍ବାଦିକ ତଥା ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ଶ୍ରୀ ଅନ୍ନଦା ପ୍ରସାଦ ରାୟଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକ ପାଳନ କରାଯାଇଛି,ସର୍ବପ୍ରଥମେ ପ୍ରତ୍ୟଷ୍ୟରୁ କାଠଯୋଡ଼ି ନଦୀରେ ତିଳତର୍ପଣ କରାଯାଇଥିଲା,ସନ୍ଧ୍ୟା ସମୟରେ ଶ୍ରୀ ରାୟଙ୍କ ପଟ୍ଟଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା, ତାପରେ ଶ୍ରୀ ରାୟଙ୍କ ଶିଷ୍ୟ ତଥା ବସ୍ତି ନେତା ବୃନ୍ଦାବନ ଦାସ ଆଜାଦଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରା ଯାଇଥିଲା, ଯେଉଁଥିରେ ବିଭିନ୍ନ ବକ୍ତାମାନେ ଶ୍ରୀ ଅନ୍ନଦା ରାୟଙ୍କ ସାମ୍ବାଦିକତା, ଲେଖକୀୟ ସୃଷ୍ଟି, ରାଜନୈତିକ ଜୀବନର ଉଚ୍ଚ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ, ଏହାକୁ ପରିଚାଳନା କରିବାରେ ସର୍ବଶ୍ରୀ ସଞ୍ଜୟ ନାୟକ, ଶରତ ବିଶ୍ୱାଳ, ମଙ୍ଗୁ ବିଶ୍ୱାଳ, ବେଣୁଧର ବେହେରା, ମୁନ୍ନା ସାହୁ,ବିକି ନାୟକ, ସାଧୁ ହେମ୍ବ୍ରମ, ପାର୍ବତୀ ମୁର୍ମୁ, ଲକ୍ଷ୍ମୀ ମୁର୍ମୁ,ମାତି ମୁର୍ମୁ ଇତ୍ୟାଦି ସହଯୋଗ କରିଥିଲେ।

Leave A Reply

Your email address will not be published.