ମନମୁଣ୍ଡା ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ଦଧିବାମନ ଜୀଉ ଙ୍କ ସ୍ନାନ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି।ଗତ ଦୁଇ ବର୍ଷ ସରକାରଙ୍କ କରୋନା କଟକଣା ମଧ୍ୟରେ ସ୍ନାନ ଯାତ୍ରା ପାଳିତ ହୋଇଥିବାରୁ ଶ୍ରଦ୍ଧାଳୁ କିମ୍ବା ଗ୍ରାମବାସୀ ଦର୍ଶନ କରି ପାରି ନ ଥିଲେ।ଚଳିତ ବର୍ଷ କୌଣସି କଟକଣା ନଥିବାରୁ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଅହେତୁକ ଆଗ୍ରହ ସହକାରେ ବହୁ ସଙ୍ଖ୍ୟାରେ ଉପସ୍ଥିତ ରହି ଶ୍ରୀ ଜୀଉଙ୍କ ସ୍ନାନ ପର୍ବ କୁ ଆନନ୍ଦର ସହ ଉପଭୋଗ କରି ନିଜ କୁ କୃତ୍ୟକୃତ୍ୟ ମନେକରି ଥିଲେ ।ସ୍ନାନ ପୂର୍ବରୁ ମନ୍ଦିରର ମୂଖ୍ୟ ପୂଜକ ଆଷୁତୋଷ୍ ହୋତା ନିତି କାନ୍ତି ସହ ପୂଜର୍ଚ୍ଚନା କରି ସାରିଲା ପରେ ପୂଜାରୀ ଶିବ ରଥ ଓ ରଘୁନାଥ ହୋତା ରତ୍ନସିଂହାସନ ରୁ ଶ୍ରୀ ଜୀଉ ଙ୍କୁ ସ୍ନାନ ବେଦିକୁ ପହଣ୍ଡି କରି ଆଣିଥିଲେ।ଅବସରପ୍ରାପ୍ତ ଅଧ୍ୟାପକ ତଥା ପୂଜାରୀ ନିରଞ୍ଜନ ହୋତା ଓ ଶିବ ରଥ ମିଳିତ ଭାବରେ ୧୦୮ ଗରା ଗଙ୍ଗା ଜଳ ଓ ଶୁଦ୍ଧ ଔଷଧୀୟ ଜଳରେ ଶ୍ରୀ ଜୀଉ ଙ୍କୁ ସ୍ନାନ କରାଇଥିଲେ। ଏହି ସ୍ନାନ ପର୍ବରେ ମନ୍ଦିର ପରିଚାଳନା କମିଟିର ସଭାପତି ବିପ୍ର ଚନ୍ଦ୍ର ବେହେରା ସମ୍ପାଦନ ଗଣେଶ ଲୋଇ କୋଷାଧ୍ୟକ୍ଷ ନରେନ୍ଦ୍ର ମେହେର ,ସଭ୍ୟ ଚନ୍ଦ୍ରଶେଖର ମେହେର ୱ।ର୍ଡ଼ ସଭ୍ୟ ପଲଉ ରଥ,ଅଭିମନ୍ୟୁ ନାଏକ,ହରେକୃଷ୍ଣ ନାଏକ ଓ ମନମୁଣ୍ଡା ବ୍ରାହ୍ମଣ ସମାଜର ସଦସ୍ୟ ବୃନ୍ଦ ଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ ।
