mobile header

ସମ୍ ହସ୍ପିଟାଲ୍‌ରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

ଭୁବନେଶ୍ୱର, ୧୪/୦୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ
ହସ୍ପିଟାଲ୍‌ରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ପକ୍ଷରୁ
ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ମୁଖ୍ୟ ପ୍ରଫେସର ଗିରିଜା ନନ୍ଦିନୀ କାନୁନ୍‌ଗୋ ପରିଚାଳନା କରିଥିଲେ ।
ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥି ସହିତ ସୋଆ ଏନ୍‌ଏସ୍‌ଏସ୍‌
ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନ ସମ୍ପର୍କରେ ସଚେତନ କରାଯାଇଥିଲା । ସ୍ୱେଚ୍ଛାସେବୀ
ମାନେ ରକ୍ତଦାନ କରିଥିଲେ ।

Leave A Reply

Your email address will not be published.